ମେଡାଲ ଫେରାଇବେ ମନୁ ଭାକର !

ପ୍ୟାରିସ ୨୦୨୪ରେ ଡବଲ ମେଡାଲ ବିଜେତା ମନୁ ଭାକର ନିଜ ପଦକ ‍ଫେରାଇବାକୁ ଯାଉଛନ୍ତି। ମନୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଆଥଲେଟ ଭାବେ ମନୁ ଗୋଟିଏ ସଂସ୍କରଣରେ ଦୁଇଟି ପଦକ ଜିତିଥିବା ବେଳେ ପି.ଭି. ସିନ୍ଧୁଙ୍କ ପରେ ଦ୍ବିତୀୟ ମହିଳା ଖେଳାଳି ଭାବେ ଏଭଳି କୃତିତ୍ବ ନିଜ ନାମରେ କରିଥିଲେ। ଏହାର ସହିତ ସେ ଶୁଟିଂରେ ରହିଥିବା ୧୨ ବର୍ଷର ପଦକ ମରୁଡି ଶେଷ କରିଥିଲେ ।

ମନୁଙ୍କ ସମେତ ଏକାଧିକ ଆଥଲେଟଙ୍କ ପଦକର ରଙ୍ଗ ଛାଡି ଯାଇଥିଲା। ପଦକ ଖରାପ ହୋଇଥିବା ନେଇ ଅଭିଯୋଗ ଆସିବା ପରେ ପଦକ ଗୁଡିକ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି। ଫ୍ରାନ୍ସ ସରକାରଙ୍କ ମୋନେ ଡି ପ୍ୟାରିସ ବିଭାଗ ପଦକ ଗୁଡିକ ଫେରସ୍ତ ନେବ। ସମସ୍ତ ପଦକ ଗୁଡିକ ଫେରସ୍ତ ଯିବା ସହିତ ପୁନର୍ବାର ଅବିକଳ ପଦକ ସମସ୍ତ ଆଥଲେଟଙ୍କୁ ଦିଆଯିବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ସମ୍ପୂର୍ଣ ହେବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି କହିଛି।

Post Views4 Total Count

Apply Now


This will close in 0 seconds

error: Content is protected !!