ପୁଣି ତାମିଲନାଡୁରେ ବର୍ଷା । ତିରୁନେଲଭେଲି, ତୁତିକୋରିନ, ଟେନକାସୀ ଏବଂ କନ୍ୟାକୁମାରୀ ଜିଲ୍ଲାରେ ପ୍ରବଳ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଦକ୍ଷିଣ ତାମିଲନାଡୁ ଅଂଚଳରେ ବିତ୍ପାତ ସୃଷ୍ଟି କରିଛି ବର୍ଷା। ୨୪ ଘଣ୍ଟା ମଧ୍ୟରେ ତୁତିକୋରିନ ଜିଲ୍ଲାର ତିରୁଚେନ୍ଦୁର ନାମକ ସ୍ଥାନରେ ସର୍ବାଧିକ ୬୦ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ପଲୟମକୋଟ୍ଟାଇରେ ସର୍ବାଧିକ ୨୬ ସେଣ୍ଟିମିଟର ଏବଂ କନ୍ୟାକୁମାରୀରେ ୧୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ବର୍ଷାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ଷା ସ୍ଥିତିରୁ ୪ ଜିଲ୍ଲାରେ ଆଜି ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ। ଉଦ୍ଧାରକାର୍ଯ୍ୟ ଲାଗି ପ୍ରସ୍ତୁତ ରହିଛନ୍ତି ଟିମ । ସ୍କୁଲ, କଲେଜ, ବ୍ୟାଙ୍କ ଓ ଘରୋଇ ପ୍ରତିଷ୍ଠାନ ଗୁଡିକୁ ଛୁଟି କରି ଦିଆଯାଇଛି । ଅନେକ ଘରୋଇ କମ୍ପାନୀ ମଧ୍ୟ ଛୁଟି ଘୋଷଣା କରିଛନ୍ତି । ବର୍ଷାରୁ ଟ୍ରେନ, ବସ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଛି । ତିରୁନିଭେଲି, ଥୁଟିକୁଡ଼ି ଏବଂ କନ୍ୟାକୁମାରୀରେ ସ୍ଥିତି ବିଗିଡିଛିୁ। ୩ ଡ୍ୟାମରୁ ପାଣି ଛଡାଯିବାରୁ ତଳିଆ ଅଂଚଳ ଜଳମଗ୍ନ ହୋଇ ପଡିଛି ।
Related Posts
ଚାମ୍ପିଅନ୍ସ ଟ୍ରଫିକୁ ନେଇ ସ୍ବତନ୍ତ୍ର ପୋଷ୍ଟାଲ୍ ଷ୍ଟାମ୍ପ୍
ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟକୁ ସମ୍ମାନ ଜଣାଇବାକୁ ଯାଇ ମହାରାଷ୍ଟ୍ର ସର୍କଲର ମୁଖ୍ୟ ଡାକ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ମଙ୍ଗଳବାର ସ୍ବତନ୍ତ୍ର…
ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ…
କେନ୍ଦ୍ରମନ୍ତ୍ରୀଙ୍କ ଚେତାବନୀ,ବିହାରରେ ଛିଣ୍ଡୁନି ରାଜନୀତି
ବିହାରରେ ଛିଣ୍ଡୁନି ରାଜନୀତି । ଏହାରି ଭିତରେ କେନ୍ଦ୍ରରେ ମନ୍ତ୍ରୀ ଥିବା ହିନ୍ଦୁସ୍ଥାନ ଆବାମ ମୋର୍ଚ୍ଚା (ସେକ୍ୟୁଲାର୍)ର ଅଧ୍ୟକ୍ଷ ଜିତନରାମ୍…

