IPL ୨୦୨୪ ପାଇଁ ଖେଳାଳି ନିଲାମୀରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଛନ୍ତି IPLର ବିଭିନ୍ନ ଦଳ । କମିନ୍ସଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆ ଦଳର ତାଙ୍କ ସାଥୀ ଖେଳାଳି ମିଚେଲ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ନିଲାମ ହୋଇ ନୂଆ ଇତିହାସ ଲେଖିଛନ୍ତି ।
ତେବେ ନିଲାମରେ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି ହୋଇ ଇତିହାସ ସୃଷ୍ଟି କରିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । କୋଲକାତା ନାଇଟ୍ ରାଇଡର୍ସ ମିଚେଲଙ୍କୁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଅଷ୍ଟ୍ରେଲିଆ ଟିମର ବିଶ୍ବ ବିଜୟୀ ଅଧିନାୟକ ପାଟ କମିନ୍ସଙ୍କ ନିଲାମୀ ମିଚେଲଙ୍କ ପୂର୍ବରୁ ହୋଇଥିଲା । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା । ଏହା ମଧ୍ୟ IPL ଇତିହାସରେ ସବୁଠାରୁ ବଡ଼ ଡାକ ଥିଲା । ହେଲେ ମାତ୍ର କିଛି ମିନିଟ ବ୍ୟବଧାନରେ ଏହି ରେକର୍ଡ ଭାଙ୍ଗି ଯାଇଥିଲା ।

