ତାମିଲନାଡୁରେ ବର୍ଷା ବିତ୍ପାତ। ଭୀଷଣ ବର୍ଷାରେ ଗଲାଣି ୩ ଜଣଙ୍କ ଜୀବନ। ଦକ୍ଷିଣ ତାମିଲନାଡୁରେ ଲାଗିରହିଥିବା ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଜୀବନଯାତ୍ରା ଠପ ହୋଇଯାଇଛି । ଗତ ୨ ଦିନ ହେବ ତାମିଲନାଡ଼ୁରେ ଲାଗି ରହିଛି ଲଗାଣ ବର୍ଷା । କନ୍ୟାକୁମାରୀ, ତିରୁନେଲବେଲି, ଥୁଟିକୁଡ଼ି,ଓ ଟେନକାସୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୪ ଜିଲ୍ଲାର ବର୍ଷା ସ୍ଥିତିକୁ ନେଇ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି । ଜଳବନ୍ଦୀ ଘେରେର ଥିବା ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଇଛି । ୧୯ଟି ଟ୍ରକ ମାଧ୍ୟମରେ ପଠାଯାଇଛି ଏହି ସବୁ ସାମଗ୍ରୀ । ଏଥି ସହିତ ତୁତିକୋରିନ ଜିଲ୍ଲାର ଶ୍ରୀବୈକୁଣ୍ଠମ ଷ୍ଟେସନରେ ଫସିରହିଥିବା ୫୦୦ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁ ସେନାର ସ୍ବତନ୍ତ୍ର ହେଲିକପ୍ଟର ନିୟୋଜିତ ହୋଇଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ତୁତୁକୁଡିର ବାସବପାପୁମ୍ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଭାରତୀୟ ସେନାର ଯବାନ ୧୧୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

