ସୟଦ ଇଶାନ ବୁଖାରୀର ଅସଲ ମୁଖା ଖୋଲିବ। ପଚରାଉଚରା ପାଇଁ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍ । ରିମାଣ୍ଡରେ ସୟଦ ବୁଖାରୀକୁ କରାଯିବ ପଚରାଉଚରା । କାଶ୍ମୀର, ପଞ୍ଜାବ ପୋଲିସ ସହ NIAକୁ ମଧ୍ୟ ଖବର ଦିଆଯାଇଛି । ସନ୍ଦିଗ୍ଧକୁ ୩ ରାଜ୍ୟର ପୋଲିସ ପଚରାଉଚରା କରିବ ବୋଲି ସୂଚନା ଦେଇଛନ୍ତି ଏସଟିଏଫ ଏସପି । କାଶ୍ମୀର ଠକ ସର୍ଦ୍ଦାର ଇଶାନ ବୁଖାରୀ ରିମାଣ୍ଡର ଆଜି ପ୍ରଥମ ଦିନ । ରୋମିଓର ରାସଲୀଳା ନେଇ ପ୍ରଥମ ଦିନରେ ହେବ ପଚରାଉଚରା । ଉତ୍ତରପ୍ରଦେଶରେ ଥିବା ପତ୍ନୀ ସୋନିଆ ସିଂଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିଲା ସୟଦ । ମାଇଣ୍ଡ ଓ୍ବାସ୍ ପାଇଁ ପଠାଉଥିଲା ମୋଟିଭେସନ ୟୁଟ୍ୟୁବ ଲିଙ୍କ । କଥା ନମାନିଲେ କରୁଥିଲା ମାନସିକ ଓ ଶାରୀରିକ ଅତ୍ୟାଚାର । ସେହିପରି ଅନ୍ୟ ଯୁବତୀଙ୍କ ସହ କରୁଥିବା ଚାର୍ଟ ମଧ୍ୟ STF ହାତରେ ଲାଗିଛି ।

