ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି ।
ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୧୦ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଘଟଣାରେ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମଧ୍ୟ ମିଳିଛି ।
ଖବର ମୁତାବକ, ଆରସିବିର ବିଜୟ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଷ୍ଟାଡିୟମ ବାହାରେ ଶତାଧିକ ଫ୍ୟାନ୍ସ ଉପସ୍ଥିତ ରହିଛନ୍ତି ।
ଷ୍ଟାଡିୟମକୁ କେବଳ ଟିକେଟ ଏବଂ ପାସ୍ ଧାରୀଙ୍କୁ ଏଣ୍ଟ୍ରି ପାଇଁ ସୁଯୋଗ ଦେଇଛି । ଏପରି ସ୍ଥଳେ ଷ୍ଟାଡିୟମ ବାହାରେ ପ୍ରବଳ ଗହଳି ଲାଗିରହିଛି । ପୋଲିସ ଏମାନଙ୍କୁ କାବୁ କରିବା ପାଇଁ ଲାଠିଚାର୍ଜ କରିବା ପରେ ଦଳାଚକଟା ଆରମ୍ଭ ହୋଇଛି ।

