ଏଣିକି ସଂସଦ ଭବନର ସୁରକ୍ଷା ଦାୟିତ୍ୱ ସମ୍ଭାଳିବ ସିଆଇଏସଏଫ୍

ଏଣିକି ସୁରକ୍ଷା ଦାୟୀତ୍ୱ ନେବ ସିଆଇଏସ୍ଏଫ୍ । ଏନେଇ ଗୁରୁବାର କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ସୁରକ୍ଷା ଦାୟୀତ୍ୱ ଦିଲ୍ଲୀ ପୁଲିସ ହାତରୁ କାଢିନିଆଯାଇ ସିଆଇଏସଏଫକୁ ଦିଆଯାଇଛି । ସଂସଦର ସୁରକ୍ଷା ଯାଂଚ କରିବାକୁ ସିଆଇଏସଏଫ ନିର୍ଦ୍ଦେଶକ ଅନିଶ ଦୟାଲ ସିଂ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ସମୀକ୍ଷା କରି ରିପୋର୍ଟ ଦେବା ପରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତନ କରାଯିବ ।

ବିମାନବନ୍ଦର ପ୍ରୋଟକଲ ଭଳି ସୁରକ୍ଷା ଯାଂଚ ହେବ । ସଂସଦ ଭବନ ବୁଲିବାକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏକ୍ସ-ରେ ସ୍କାନିଂ, ମେଟାଲ ଡିଟେକ୍ଟର ଲଗାଯିବ । ଜୋତା, ମୋଟା ଜାକେଟ, ବେଲ୍ଟର ମଧ୍ୟ ସ୍କାନିଂ କରାଯିବ । ସଂସଦ ଭବନରେ ବେଆଇନ ଅନୁପ୍ରବେଶ ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ କଡା ସମାଲୋଚନା କରିଥିଲେ । ପରେ ସୁରକ୍ଷା ନେଇ ଏଭଳି ନିଷ୍ପତି ନିଆଯାଇଛି ।

ନୂଆ ସଂସଦ ଭବନ, ପୁରୁଣା ସଂସଦ ଭବନ ସହଯୋଗୀ ବିଲ୍ଡିଂଗୁଡିକର ମଧ୍ୟ ସୁରକ୍ଷା ଦାୟୀତ୍ୱ ସିଆଇଏସଏଫକୁ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଆଇଏସଏଫକୁ ସଂସଦ ଭବନର ସୁରକ୍ଷା ଯାଂଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!