ଚାଷୀଙ୍କ ସହ ମିଶି କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର

ପୁରୀ ଜିଲ୍ଲା ପିପିଲି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଗାଁରେ ଧାନ ତଳି ରୋଉଥିବାର ଚିତ୍ର ସାମ୍ନାକୁ ଆସିଛି । ଚାଷୀଙ୍କ ସହ ମିଶି କ୍ଷେତରେ ଧାନ ତଳି ରୋଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।

ବିଲରେ ତଳି ରୋଉଥିବା କିଛି ମହିଳାଙ୍କ ସହ ସମ୍ବିତ ପାତ୍ର ପାରମ୍ପରିକ କୃଷକ ପୋଷାକରେ ଯାଇ ଧାନ ତଳି ରୋଇଥିଲେ ।

‘ମୋ ମାଟି, ମୋ ଦେଶ’ ଅଭିଯାନରେ ସାମିଲ ହୋଇ ସେହି ମହିଳାଙ୍କ ଠାରୁ ଅମୃତ କଳସରେ ମାଟି ମଧ୍ୟ ସଂଗ୍ରହ କରିଛନ୍ତି । ଦେଶପାଇଁ ବଳିଦାନ ଦେଇଥିବା ବିଭିନ୍ନ ବ୍ୟକ୍ତି ବିଷେଶଙ୍କ ପାଇଁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଜେପି ପକ୍ଷରୁ ମାଟି ସଂଗ୍ରହ କରାଯାଉଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!