ଟପ ମାଓବାଦୀ ସଚିନ ବାଙ୍ଗଡୁ ସମେତ 12 ମାଓବାଦୀ ନିହତ

ଟପ ମାଓବାଦୀ ସଚିନ ବାଙ୍ଗଡୁ ସମେତ 12 ମାଓବାଦୀ ନିହତ। ମୃତ ମାଓବାଦୀ ମଧ୍ୟରେ 5 ମହିଳା 7 ପୁରୁଷ ମାଓବାଦୀ ରହିଛନ୍ତି। ସେମାନଙ୍କ ଉପରେ ଥିଲା ୬୦ ଲକ୍ଷ୍ୟ ଟଙ୍କା ପୁରସ୍କାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲା ର କିସ୍ତାରାମ ଜଙ୍ଗଲ ରେ DRG ଜବାନ ଙ୍କ ଏନକାଉଣ୍ଟର ରେ ୧୨ ମାଓବାଦୀ ନିହତ ।

ଘଟଣା ସ୍ଥଳରୁ AK-୪୭, INSAS ଏବଂ SLR ରାଇଫଲ୍ ସମେତ ରାକେଟ ଲଞ୍ଚର,ୱାକିଟକି ସମେତ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। ସୁକମା ଜିଲ୍ଲାର ଦକ୍ଷିଣ ବସ୍ତର ଅଞ୍ଚଳରେ ସଶସ୍ତ୍ର ମାଓବାଦୀଙ୍କ ଉପସ୍ଥିତି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ। DRG ଜବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

ଜବାନଙ୍କ ଏନକାଉଣ୍ଟର ରେ ଘଟଣା ସ୍ଥଳରୁ 12 ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରୁ AK-47, INSAS ରାଇଫଲ୍ ଏବଂ SLR ରାଇଫଲ୍ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ତେବେ ଜଙ୍ଗଲ ରେ ଥିବା ମାଓବାଦୀ ଙ୍କୁ ପୋଲିସ ଆଗରେ ଆତ୍ମସମର୍ପଣ କରିବାକୁ ଆହ୍ଵାନ ଦେଇଛନ୍ତି ସୁକମା SP କିରଣ ଚୌହାନ।

Post Views6 Total Count

Apply Now


This will close in 0 seconds

error: Content is protected !!