ଆକାଶପଥରେ ବ୍ୟାପକ ହେବ ରାଉରକେଲା

ଆକାଶପଥରେ ବ୍ୟାପକ ହେବ ରାଉରକେଲା । ଶିଳ୍ପ ଓ ପର୍ଯ୍ୟଟନରେ ଆସିବ ଅଭିବୃଦ୍ଧି । ଗୁରୁବାରଠାରୁ କୋଲକାତାକୁ ଉଡ଼ିବ ବିମାନ । ମାତ୍ର ଦେଢଘଣ୍ଟାରେ କୋଲକାତା ପହଞ୍ଚିବେ ଯାତ୍ରୀ । ସପ୍ତାହରେ ୩ ଦିନ ମିଳିବ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଗୁରୁବାରଠାରୁ ରାଉରକେଲାରୁ କୋଲକତାକୁ ଯୋଡ଼ିହେବ ବିମାନ ସେବା । ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ମଙ୍ଗଳବାର, ଗୁରୁବାର, ଶନିବାର ୩ ଦିନ ଉଡିବ ବିମାନ । ଏହାଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଉରକେଲାବାସୀ ।ସେବା । ରାଜ୍ୟ ସରକାର ୩୫ ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!