କେମେନ ଏସ୍ଇ ସହ କାବିଲର ଐତିହାସିକ ଚୁକ୍ତିନାମା

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ବା କାବିଲ ଏବଂ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନ କେମେନ ଏସ୍ଇ ମଧ୍ୟରେ ଏକ ଐତିହାସିକ ଚୁକ୍ତିନାମା କାଟାମାର୍କାଠାରେ ସ୍ବାକ୍ଷରିତ ହୋଇଯାଇଛି। ଉକ୍ତ ବୁଝାମଣା ଦ୍ୱାରା ଉଭୟ ଶକ୍ତି କ୍ଷେତ୍ର ଏବଂ ଭାରତର ବିଭିନ୍ନ ଶିଳ୍ପରେ ବ୍ୟବହୃତ ଅତ୍ୟାବଶ୍ୟକ ଖଣିଜ ପଦାର୍ଥଗୁଡିକର ବିବିଧ ଓ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିବ ।

କୌଣସି ଭାରତୀୟ ସରକାରୀ କମ୍ପାନୀ ବିଦେଶରେ ଲିଥିୟମ ଅନୁସନ୍ଧାନ ଏବଂ ଉତ୍ତୋଳନ କ୍ଷେତ୍ରରେ କାର୍ଯ୍ୟ କରିବାରେ ଏହା ସର୍ବପ୍ରଥମ ପ୍ରକଳ୍ପ ଭାବେ ବିବେଚିତ ହୋଇଛି। ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶରେ ୧୫,୭୦୩ ହେକ୍ଟର ପରିମିତ କ୍ଷେତ୍ରରେ କାବିଲ ପକ୍ଷରୁ ୫ଟି ଲିଥିୟମ ଖଣି ଯଥା କର୍ତ୍ତାଡେରା-୧, କର୍ତ୍ତାଡେରା-୭,କର୍ତ୍ତାଡେରା-୮, କାଟିଓ ୨୦୨୨-୦୧୮୧୦୧୩୨ ଏବଂ କର୍ତ୍ତାଡେରା-୬ର ଅନୁସନ୍ଧାନ ଏବଂ ବିକାଶର ପ୍ରକ୍ରିୟା ଆରମ୍ଭ କରିବା ସହିତ କାବିଲ ଆର୍ଜେଣ୍ଟିନାର କାଟାମାର୍କାରେ କମ୍ପାନୀର ଏକ ଶାଖା କାର୍ଯ୍ୟାଳୟ ସ୍ଥାପନ କରିବ ବୋଲି ଜଣାପଡିଛି।କାଟାମାର୍କାର ଗଭର୍ନର ଏଲ୍ଆସି. ରଲ ଜଲିଲ, ଭାଇସ ଗଭର୍ନର ଇଂ ରୁବେନ ଡସୋ, କାଟାମାର୍କା ପ୍ରଦେଶର ଖଣି ମନ୍ତ୍ରୀ ମାରସେଲୋ ମାରୁଆ ଏବଂ ଆର୍ଜେଣ୍ଟିନାରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆଙ୍କ ଉପସ୍ଥିତିରେ ଉପରୋକ୍ତ ଚୁକ୍ତିନାମା ବା ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି.ଏଲ୍. କାନ୍ଥାରାଓ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭିଡିଓ କନଫରେନସ ମାଧ୍ୟମରେ ଉପସ୍ଥିତ ଥିଲେ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!