ଜନସେବାରେ ଅଗ୍ରଦୂତ, ଯେତିକି ଲୋକପ୍ରିୟ ସେତିକି ରାଜନୀତି କ୍ଷେତ୍ରରେ ଦୂରଦର୍ଶୀ, ବିରୋଧୀଙ୍କୁ ସମାଲୋଚନା କରିବା ଅପେକ୍ଷା ନିଜ କାମକୁ ପ୍ରାଧାନ୍ୟ ଦେଉଥିବା ତଥା ସମାଜସେବାରେ ପାରଦର୍ଶୀ ରାଜନେତା ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ମୁକ୍ତ ଭାବରେ ଲୋକଙ୍କ ସୁଖ ଦୁଃଖରେ ସାଥୀ ହେବାଠାରୁ ଆରମ୍ଭ କରି ସେମାନଙ୍କ ସମସ୍ୟାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ସମାଧାନ କରିବାରେ, ସହଯୋଗ କରିବାରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ସମସାମୟିକ ରାଜନେତାଙ୍କଠାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିବା ଲୋକଙ୍କ ନେତା ।
ରାଜନୀତିରେ ଜଣେ ସ୍ଥିତପ୍ରଜ୍ଞ ବ୍ୟକ୍ତି ପରି ଜୟ–ପରାଜୟରୁ ଉର୍ଦ୍ଧ୍ୱରେ କେବଳ ଜନସେବା ମନୋଭାବଯୁକ୍ତ ସ୍ପଷ୍ଟବାଦୀ ବ୍ୟକ୍ତି ବିଶେଷ । ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଧାୟକ ଥିବାବେଳେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଅନେକ ଉନ୍ନୟନମୂଳକ, ଲୋକହିତକର କାମ କରି ସଭିଁଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ୨୦୧୯ ପରଠୁ ନିଜେ କ୍ଷମତାରେ ନଥାଇ ମଧ୍ୟ ଲୋକଙ୍କ ପାଇଁ ସବୁବେଳେ ସବୁ ସମୟରେ ଠିଆ ହୋଇଛନ୍ତି ପ୍ରିୟଦର୍ଶୀ। କ୍ଷମତାରେ ରହି ଜନତାଙ୍କ ସେବା କରିବା ହିଁ ଏକ ପ୍ରଧାନବିକଳ୍ପକୁ ସେ ଭୁଲ ପ୍ରମାଣିତ କରିଛନ୍ତି । ଅନବରତ ଭାବେ ସମାଜସେବାମୂଳକ କାର୍ଯ୍ୟକ୍ରମରେ ମନୋନିବେଶ କରୁଥିବା ରାଜନେତା ।ନିର୍ବାଚନମଣ୍ଡଳୀରେ ସଦା ସକ୍ରିୟ ଭାବେ ଦିନରାତି ଲୋକଙ୍କ ପାଇଁ ପ୍ରତି ମୁହୂର୍ତ୍ତରେ ହାଜର ହୋଇ ସେମାନଙ୍କ ସାହାରା ପାଲଟୁଥିବା ନିସ୍ୱାର୍ଥପରତା ହିଁ ତାଙ୍କୁ ଭିନ୍ନ ରାଜନେତାର ଆଖ୍ୟା ଦେଇଛି ।
ଜନତାଙ୍କ ସୁଖ ଦୁଃଖରେ ସହଭାଗୀ ହେବା ସହ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ପୂର୍ବତନ ବିଧାୟକ ସବୁବେଳେ ଚେଷ୍ଟିତ। ଯାହା ତାଙ୍କ କାମରୁ ସ୍ପଷ୍ଟ ବାରି ହୋଇପଡ଼େ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଛାତ୍ର ରାଜନୀତିରେ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇଥିଲେ। ପରେ ଲୋକଙ୍କ ପାଇଁ କାମ କରିଚାଲିଥିଲେ। ଯାହା ଫଳରେ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ତାଙ୍କୁ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ କରିଥିଲା। ୭୩୭୨୮ ଖଣ୍ଡ ଭୋଟ ପାଇ ସେ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଭୁବନେଶ୍ବର ବ୍ଲକର ୫ଟି ପଞ୍ଚାୟତ ସହ ଭୁବନେଶ୍ବର ମହାନଗର ନିଗମର ୧ରୁ ୧୧ ନମ୍ବର ୱାର୍ଡ ଓ ୧୩ ନମ୍ବର ୱାର୍ଡକୁ ନେଇ ଗଠିତ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀର ସେ ମଙ୍ଗ ଧରିଥିଲେ। ଏହି ସମୟ ମଧ୍ୟରେ ଅନେକ ଗୁଡ଼ିକ କାର୍ଯ୍ୟ ସେ ହାତକୁ ନେଇଥିଲେ।
ଯେଉଁଥିପାଇଁ ଏବେବି ଲୋକେ ତାଙ୍କୁ ପୁଣି ଥରେ ବିଧାୟକ ଭାବେ ଦେଖିବାକୁ ଇଚ୍ଛା ପ୍ରକାଶ କରୁଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। କିଛି ଦିନ ତଳେ ୫ ପଞ୍ଚାୟତବାସୀଙ୍କୁ ନେଇ ସେ କରିଥିବା ଏକ ବନ୍ଧୁମିଳନରେ ତାଙ୍କ ପ୍ରତି ଲୋକଙ୍କର ବିଶେଷ କରି ମହିଳାଙ୍କ ସମର୍ଥନ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସେ କରିଥିବା କାର୍ଯ୍ୟର ହିସାବ ଲୋକଙ୍କ ପାଖରେ ରଖୁଥିଲେ। ଯାହା ତାଙ୍କୁ ଅନ୍ୟ ରାଜନେତାଙ୍କ ଠାରୁ ଅଲଗା କରେ।
ଖାଲି ଲୋକଙ୍କ ସହ ନୁହେଁ ଦଳ ପ୍ରତି ମଧ୍ୟ ତାଙ୍କର ଆନୁଗତ୍ୟ ରହିଥିବା ଦେଖିବାକୁ ମିଳେ। ବିଜେଡି ୨୦୧୯ ମସିହାରେ ତାଙ୍କୁ ଟିକେଟ ଦେଇନଥିବାବେଳେ ସେ ବିରୋଧ କରିନଥିଲେ, ବଂର ସେଠାରେ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ପରେ ଦଳ ଦେଇଥିବା ବିଭିନ୍ନ ଦାୟିତ୍ବକୁ ସୂଚାରୁ ରୂପେ ସେ ସମ୍ପାଦନ କରିଥିବା ଦେଖିବାକୁ ମିଳିଛି। ସେ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ମଧ୍ୟ ରହିଥିଲେ। କିନ୍ତୁ ୩ ବର୍ଷ ପରେ ଯେତେବେଳେ ବିଜେଡି ତାଙ୍କୁ ଏହି ପଦରୁ ହଟିବାକୁ କହିଥିଲା, ସେ ଏହାକୁ ଆଦରରେ ଗ୍ରହଣ କରି ଏହି ପଦରୁ ହଟିଯାଇଥିଲେ। ଯାହା ଦଳ ପ୍ରତି ଥିବା ତାଙ୍କର ଭଲପାଇବାକୁ ଦର୍ଶାଏ। ସେହିପରି ଦଳର ମୁଖପାତ୍ର ଭାବେ ବିଜେଡି ନେତୃବୃନ୍ଦ ତାଙ୍କୁ ଦାୟିତ୍ବ ଦେଇଥିବାବେଳେ ସେ ଏହାକୁ ସୂଚାରୁ ରୂପେ ପାଳନ କରିଥିଲେ।
କ୍ଷମତାରେ ନଥାଇ ମଧ୍ୟ ତୃଣମୂଳ ସ୍ତରରେ ସଂଗଠନ ମଜଭୁତ କରିବା ସହ ବିପୁଳ ଜନସମର୍ଥନ, ବୃହତ୍ ଜନପ୍ରିୟତା ତଥା ନିର୍ବାଚନ ମଣ୍ଡଳୀର ଜନତାଙ୍କ ଆକାଂକ୍ଷା ତାଙ୍କୁ ପୁଣି ଥରେ ବିଧାୟକ ରୂପରେ ଦେଖିବା । ଏପରିକି ଦଳ ପ୍ରତି ତାଙ୍କର ସେବା ଓ ସମର୍ପଣ ଭାବ ଓ ଲୋକପ୍ରିୟତା ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟି ପ୍ରଦାନ କରିଛି । ତାଙ୍କୁ ପୁଣି ଥରେ ଦଳୀୟ ଟିକେଟ ଦେଇ ପ୍ରାର୍ଥୀ କରିବା ଦଳୀୟ ବିଶ୍ୱସ୍ତ ସୂତ୍ରକୁ ଖବର ରାଜନୈତିକ ଗଳିରେ ଘୁରି ବୁଲୁଛି । ପ୍ରିୟଦର୍ଶୀଙ୍କ ପ୍ରତ୍ୟେକ୍ଷ ସମ୍ପୃକ୍ତି, ଏବେ ମଧ୍ୟ ଦଳ ମଧ୍ୟରେ ତାଙ୍କର ଗୁରୁତ୍ୱକୁ ଦର୍ଶାଇଥିଲା । ରାଜଧାନୀରେ ଛାତ୍ର ସଂଗଠନକୁ ଦୃଢ଼ କରିବା ରାଜଧାନୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ମଧ୍ୟ ପ୍ରିୟଦର୍ଶୀଙ୍କ ସକ୍ରିୟତା ଦଳର ସୁପ୍ରିମୋଙ୍କୁ ଖୁସ୍ କରାଉଥିବା ଦଳର ଆଭ୍ୟନ୍ତରୀଣ ଚର୍ଚ୍ଚାରେ ରହିଛି ।ଦଳର ସୁପ୍ରିମୋ ମଧ୍ୟ ପୁଣି ଥରେ ଜଣେ ଲୋକପ୍ରିୟ ଯୁବନେତାଙ୍କୁ ଟିକେଟ ଦେଇ ଲୋକଙ୍କ ସେବା କରିବାର ଆଉ ଏକ ସୁଯୋଗ ଦେବା ଚର୍ଚ୍ଚା ରହିଛି ।




