ପ୍ରଥମ ଥର ସିଆଇଆଇର ଓଡ଼ିଶା ଚାପ୍ଟର ପକ୍ଷରୁ ପାଇଁ ଓଡ଼ିଶାର ଝାରସୁଗୁଡ଼ାଠାରେ ସିଆଇଆଇ ୨୪ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଏହି ମହତ୍ତ୍ୱକାଂକ୍ଷୀ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ସହିତ ୨୩,୩୮୯.୪୩ କୋଟି ଟଙ୍କାର ନିବେଶ ପ୍ରସ୍ତାବ (ପୁଞ୍ଜିନିବେଶ ପ୍ରତିଶ୍ରୁତି) ଥିବା ୧୧ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି।
ଉକ୍ତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୫,୧୬୮ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉକ୍ତ ସମ୍ମିଳନୀରେ ବହୁ ସଂଖ୍ୟାର ଜି୨ବି ଓ ବି୨ବି ବୈଠକ ଆୟୋଜନ ହେବା କାର୍ଯ୍ୟକ୍ରମ ଥିବାରୁ ପୁଞ୍ଜିନିବେଶ ପ୍ରସ୍ତାବ ପରିମାଣ ଆହୁରି ବଢ଼ିବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୪ ଜାନୁଆରୀ ୧୯ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୪ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା-୨୦୨୪କୁ ଝାରସୁଗୁଡ଼ା ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରାଯାଇଛି।

