ପଶ୍ଚିମ ଆଫ୍ରିକାର ମାଲିରେ ଏକ ସୁନା ଖଣି ଭୁଶୁଡ଼ିବା ଯୋଗୁଁ ୭୦ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଯେ ଦକ୍ଷିଣ-ପଶ୍ଚିମ କୁଲିକୋରୋ ଅଞ୍ଚଳର କାଙ୍ଗାବା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି | ଏଥିରେ ଅନେକ ଶ୍ରମିକ ପ୍ରାଣ ହରାଇଛନ୍ତି।
ଶ୍ରମିକମାନେ କୌଣସି ସୁରକ୍ଷା କଟକଣାକୁ ନ ମାନି ଖନନ କରୁଥିବାବେଳେ ହଠାତ ଏହା ଭୁଶୁଡି ପଡିଥିଲା | ଆଉ ସମସ୍ତେ ମାଟି ତଳେ ଚାପି ହୋଇଯାଇଥିଲେ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରି ମନ୍ତ୍ରଣାଳୟ ପକ୍ଷରୁ ଖଣି ମାଲିକମାନଙ୍କୁ ସୁରକ୍ଷା ଆବଶ୍ୟକତା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି |
ମନ୍ତ୍ରଣାଳୟର ମୁଖପାତ୍ର ବି କୁଲିବଲି କହିଛନ୍ତି ଯେ ଖଣି ମାଲିକମାନେ ସୁରକ୍ଷା ମାନଦଣ୍ଡ ଅନୁସରଣ ନକରି ଖଣି ଖୋଳିଛନ୍ତି, ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି। ଏହାପୂର୍ବରୁ ସୁରକ୍ଷା ମାନକୁ ଧ୍ୟାନରେ ରଖିବାକୁ ଖଣି ମାଲିକମାନଙ୍କୁ ଅନେକ ଥର ପରାମର୍ଶ ଦିଆଯାଇଛି।

