ଭୟଙ୍କର ସଡ଼କ ଦୁର୍ଘଟଣା ନେଲା ୪ଜଣ ଡାକ୍ତରଙ୍କ

ଜୀବନଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ଏନଏଚ-୯ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାରି ଜଣ ଡାକ୍ତରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସମସ୍ତ ଚାରି ଜଣ ଯୁବ ଡାକ୍ତର ଶ୍ରୀ ଭେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ ପଢୁଥିଲେ।
ସଡ଼କ ଦୁର୍ଘଟଣା ନେଲା ୪ଜଣ ଡାକ୍ତରଙ୍କ ଜୀବନ

ସୂଚନାଯୋଗ୍ୟ , ଅମରୋହା ଜିଲ୍ଲାର ରାଜବପୁର ପୁଲିସ ଥାନା ଅଞ୍ଚଳସ୍ଥ ଏକ ଫ୍ଲାଏଓଭର ନିକଟରେ ରାତି ୧୦ଟାରେ ଏହି ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା କାର ଏବଂ ଡିସିଏମ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣଭାବେ ଚୁରମାର ହୋଇଯାଇଥିଲା। ଘଣ୍ଟାଘଣ୍ଟା ପ୍ରୟାସ ପରେ କାରରୁ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା।

ରାସ୍ତାରେ ଥିବା ଟ୍ରକକୁ ପାରି ନଥି‌ଲେ ଦେଖି
ମୃତ ଡାକ୍ତରମାନେ ମେରଠରୁ ଗାଜିଆବାଦକୁ ଯାତ୍ରା କରୁଥିଲେ। ଏହି ସମୟରେ ରାସ୍ତା କଡ଼ରେ ଠିଆ ହୋଇଥିବା ସାମଗ୍ରୀ ବୋଝେଇ ଟ୍ରକକୁ ସେମାନେ ଦେଖିପାରିଲେ ନାହିଁ। ଫଳରେ କାରଟି ଟ୍ରକରେ ଯାଇ ସିଧାସଳଖ ଧକ୍କା ହୋଇଥିଲା। ଏହି ଧକ୍କାରେ ସମସ୍ତ ଚାରି ଜଣ ଡାକ୍ତରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Post Views28 Total Count

Apply Now


This will close in 0 seconds

error: Content is protected !!