କିଏ ଯିବ ରାଜ୍ୟସଭା ?

ଆସନ୍ତା ଫେବୃଆରୀ ୨୭ରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏହିସବୁ ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଛି। ଓଡ଼ିଶାର ୩ ସାଂସଦ ଅମର ପଟ୍ଟନାୟକ , ପ୍ରଶାନ୍ତ ନନ୍ଦ ଓ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଗତ ୨୦୧୯ ଜୁନ ୨୯ ତାରିଖରେ ଅମର ପଟ୍ଟନାୟକ ଓ ଅଶ୍ଵିନୀ ବୈଷ୍ଣବ ରାଜ୍ଯସଭାକୁ ଏକ ଉପନିର୍ବାଚନରେ ଜିତି ସାଂସଦ ଭାବେ ଦାୟିତ୍ବ ନେଇଥିଲେ। ପ୍ରଶାନ୍ତ ନନ୍ଦ ୨୦୧୮ ଅପ୍ରେଲ ୪ ତାରିଖରେ କାର୍ଯଭାର ଗ୍ରହଣ କରିଥିଲେ । ଅଶ୍ଵିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଭାବେ ରାଜ୍ଯସଭାକୁ ନିର୍ବାଚିତ ହୋଇଥିଲେ। ଏବେ ରାଜ୍ଯସଭାରେ ବିଜେଡିର ୯ ଜଣ ସାଂସଦ ରହିଛନ୍ତି ।

ଏଥର ସଂଖ୍ଯା ଦୃଷ୍ଟିରୁ ବିଜେଡି ତିନୋଟି ଯାକ ଆସନ ଦଖଲ କରିବାର ସମ୍ଭାବନା ରହିଛି । ବିଜେଡି ତିନୋଟି ଯାକ ଆସନ ଦଖଲ କଲେ ରାଜ୍ଯସଭାରେ ବିଜେଡିର ଶକ୍ତି ୧୦କୁ ବୃଦ୍ଧି ପାଇବ। ରାଜ୍ଯସଭା ସାଂସଦଙ୍କ ଅବଧି ସରିବା ପୂର୍ବରୁ ଫେବୃଆରୀ ୨୭ରେ ଭୋଟ ଗ୍ରହଣ ହେବ । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନ ଲାଗି ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କର ଶେଷ ତାରିଖ ୧୫ ଫେବ୍ରୁଆରୀ ରହିଛି। ୧୬ ଫେବୃଆରୀରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି।….

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!