କପୁର କପୁଲଙ୍କୁ ଫିଲ୍ମ ଫାୟାର ଆୱାର୍ଡ

ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ସହ ଅନୁଷ୍ଠିତ ହୋଇଯାଇଛି ୬୯ତମ ଫିଲ୍ମ ଫେୟାର ଆୱାର୍ଡ । ଚଳିତ ବର୍ଷ କପୁର କପଲ୍‌ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ ହାସଲ କରିଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ସେହିପରି ଆଲିଆ ଭଟ୍ଟଙ୍କୁ ‘ରକି ୱର ରାନୀ କି ପ୍ରେମ କାହାନୀ’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

ଚଳିତ ବର୍ଷ କପୁର କପଲ୍‌ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଆୱାର୍ଡ ହାସଲ କରିଛନ୍ତି। ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ପାଇଛନ୍ତି ଶ୍ରେଷ୍ଠ ଅଭିନେତା ଆୱାର୍ଡ। ସେହିପରି ତାଙ୍କ ପତ୍ନୀ ତଥା ଆଗ ଧାଡ଼ିର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ‘ରକି ୱର ରାନୀ କି ପ୍ରେମ କାହାନୀ’ ପାଇଁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର।

’12th Fail’କୁ ଶ୍ରେଷ୍ଠ ଫିଲ୍ମ ସମେତ ଆହୁରି ବହୁ ଆୱାର୍ଡ ମିଳିଛି। ‘ଜୋରାମ’କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଛି।’12th Fail’ର ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଥିବା ବେଳେ ଏହାର ଅଭିନେତା ଭିକ୍ରାନ୍ତ ମାସିଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତା ପୁରସ୍କାରପ୍ରାପ୍ତ ହୋଇଛି।ରାଣୀ ମୁଖାର୍ଜୀ ଓ ଶେଫାଳି ଶାହଙ୍କୁ କ୍ରିଟିକ୍ସ କାଟାଗୋରିରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ‘ଡଙ୍କି’ ଫିଲ୍ମ ପାଇଁ ଭିକି କୌଶଲଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଆୱାର୍ଡ ମିଳିଛି। ସେହିପରି ବର୍ଷୀୟାନ ଅଭିନେତ୍ରୀ ଶାବନା ଆଜମୀ ‘ରକି ୱର ରାନୀ କି ପ୍ରେମ କାହାନୀ’ ଫିଲ୍ମ ପାଇଁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଆୱାର୍ଡ ହାସଲ କରି ପାରିଛନ୍ତି।

ଅମିତାଭ ଭଟ୍ଟାଚାର୍ଯ୍ୟଙ୍କୁ ଜରା ହଟକେ ଜରା ବଚକେ  ଗୀତ ପାଇଁ ଶ୍ରେଷ୍ଠ ଗୀତିକାର ସମ୍ମାନ ପ୍ରାପ୍ତ ହୋଇଛି। ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଭୁପିନ୍ଦର ବବ୍ବଲଙ୍କୁ ଓ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଶିଳ୍ପା ରାଓଙ୍କୁ ସମ୍ମାନିତ କରାଯାଇଛି।

 

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!