୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ଆଉ ଚଳିବନି ପାକିସ୍ତାନର ପ୍ରୋପାଗଣ୍ଡା। ଆତଙ୍କୀସ୍ତାନ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍। ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍। ୬୩ ମିଲିୟନ ସବସ୍କ୍ରାଇବର୍ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଜାମ୍ମୁ କାଶ୍ମୀରର ପହଲଗାମ୍ ଆଟାକ୍‌ ପରେ ଉତ୍ତେଜନାମୂଳକ ଏବଂ ସମ୍ବେଦନଶୀଳ ସାମ୍ପ୍ରଦାୟିକ ବିଷୟବସ୍ତୁ ନେଇ ପ୍ରଚାର ପ୍ରସାର ରୋକିବାକୁ ଭାରତ ଅନେକ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସୂଚନାନୁଯାୟୀ, ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋହେବ ଅଖତରଙ୍କ ସମେତ ସମାଚାର ଆଉଟଲେନ ଡନ, ସମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ ନ୍ୟୁଜ୍, ସଫତାର, ଜିୟୋ ନ୍ୟୁଜ୍, ସୁନୋ ନ୍ୟୁଜ୍, ସାମ୍ବାଦିକ ଇରଶାଦ ଭଟ୍ଟି, ଅସମା ଶିରାଜି, ଉମର ଚିମା ଏବଂ ମୁନିବ ଫାରୁକଙ୍କ ୟୁଟ୍ୟୁବ୍ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲାଗିଛି। ସେହିପରି ଦ ପାକିସ୍ତାନ ରେଫରେନ୍ସ, ସମା ସ୍ପୋର୍ଟସ୍, ଉଜ୍ଜୈର କ୍ରିକେଟ ଏବଂ ରଜି ନାମାଙ୍କ ଚ୍ୟାନେଲ୍ ସାମିଲ ଅଛି। ପହଲଗାମ ଆକ୍ରମଣ ପରେ ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକ ଭାରତ, ଭାରତୀୟ ସେନା ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ମିଥ୍ୟା ଏବଂ ଭୁଲ ସୂଚନା ପ୍ରସାର କରୁଥିଲେ। ଉତ୍ତେଜନାପୂର୍ଣ୍ଣ ଓ ସମ୍ବେଦନଶୀଳ ବିଷୟବସ୍ତୁକୁ ନେଇ ଭ୍ରମାତ୍ମକ ବିବୃତ୍ତି ଦେଉଥିଲେ। ଯାହାଫଳରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Post Views6 Total Count

Apply Now


This will close in 0 seconds

error: Content is protected !!