ଭୁବନେଶ୍ବରରେ ଆମେରିକୀୟ ଆଇଟି କମ୍ପାନି: ୨ ବର୍ଷରେ କର୍ମଚାରୀ କ୍ଷମତା ୫୦୦୦ ହେବ

ଆମେରିକୀୟ ଆଇଟି କମ୍ପାନି କଗ୍ନିଜାଣ୍ଟ ସ୍ଥାପନ କରିଥିବା ନୂଆ କେନ୍ଦ୍ରକୁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂଆ ଓଡ଼ିଶା ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ଦେଶର ଏକ ଅଗ୍ରଣୀ ଆଇଟି କେନ୍ଦ୍ର ଭାବେ ଏହା ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ।

ବର୍ଦ୍ଧିତ ନିବେଶ, ପ୍ରତିଭା ଓ ଅଭିଳାଷକୁ ନେଇ ଓଡ଼ିଶା ‘ଭବିଷ୍ୟତର ସ୍ଥଳ’ ଭାବେ ଉଭା ହୋଇଛି ବୋଲି ସେ କହିଛନ୍ତି।ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଦୂରଦୃଷ୍ଟି ସମ୍ପନ୍ନ ନୀତି ଓ ବ୍ୟବସ୍ଥା ଲାଗି ଆଇଟି କ୍ଷେତ୍ରରେ ଓଡ଼ିଶା ଅପ୍ରତିଦ୍ବନ୍ଦ୍ବୀ ଅଗ୍ରଣୀ ଭାବେ ଉଭା ହୋଇଛି। କଗ୍ନିଜାଣ୍ଟର ଏହି ନୂଆ କେନ୍ଦ୍ର ରାଜ୍ୟର ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି ଯେ ଭୁବନେଶ୍ବରରେ କଗ୍ନିଜାଣ୍ଟର ନୂଆ କେନ୍ଦ୍ର ରାଜ୍ୟ ପ୍ରତି ରହିଥିବା ବିଶ୍ବାସକୁ ପ୍ରତିଫଳିତ କରୁଛି।

କଗ୍ନିଜାଣ୍ଟର ସିଇଓ ରବି କୁମାର ଏସ୍ କହିଛନ୍ତି ଯେ ଭୁବନେଶ୍ବରରେ ଆମର ନୂଆ କେନ୍ଦ୍ର ସ୍ଥାପନ କରି ଆମେ ଦ୍ବିତୀୟ ଶ୍ରେଣୀ ସହରରେ ଆମ ଯାତ୍ରା ଆରମ୍ଭ କରିଛୁ। ଶ୍ରୀ କୁମାର ହେଉଛି ଏକ ଫର୍ଚୁନ ୨୦୦ କମ୍ପାନିର ସିଇଓ ହେବାରେ ପ୍ରଥମ ଓଡ଼ିଆ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦୦ କର୍ମଚାରୀ ଏଠାରେ କାମ କରିବେ। ଦୁଇ ବର୍ଷ ମଧ୍ୟରେ ସେହି କ୍ଷମତା ୫୦୦୦କୁ ବୃଦ୍ଧି ପାଇବ। କଗ୍ନିଜାଣ୍ଟର ଭୁବନେଶ୍ବର କେନ୍ଦ୍ରକୁ ୫୨,୦୦୦ ବର୍ଗଫୁଟରୁ ଅଧିକ ସ୍ଥାନରେ ସ୍ଥାପନ କରାଯାଇଛି। ଏହି କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମେସିନ ଲର୍ଣ୍ଣିଂ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍, ଡିଜିଟାଲ୍ ଇଞ୍ଜିନିୟରିଂ ଓ ରୋବୋଟିକ୍ ଅଟୋମେସନ ଉପରେ କାମ ହେବ।

ଭୁବନେଶ୍ବରକୁ କଗ୍ନିଜାଣ୍ଟକୁ ସ୍ବାଗତ କରି କହିଛନ୍ତି ଯେ ଓଡ଼ିଶାରେ ଥିବା ପ୍ରତିଭାମାନଙ୍କୁ ଆମେ ଡେଲଏଟ୍ରେ ଚିହ୍ନଟ କରିଥିଲୁ। ମୁଁ ବହୁତ ଖୁସିଯେ ବହୁ ବିଶ୍ବସ୍ତରୀୟ ପ୍ରଯୁକ୍ତି କମ୍ପାନି ଆମ ପଦାଙ୍କ ଅନୁସରଣ କରି ଭୁବନେଶ୍ବରରେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏକ ଜ୍ଞାନ ଅର୍ଥନୀତି ସୃଷ୍ଟି କରିବାରେ ତାହା ବିଶେଷ ସହାୟକ ହେବ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!