ବଦଳିଲେ ବିଏମସି କମିଶନର

ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର ।  କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ବଦଳରେ ନୂଆ କମିଶନର ଭାବେ ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଦାୟିତ୍ୱ  ଦେଇଛନ୍ତି ରାଜ୍ୟ ସରକାର । ୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେ ଗତକାଲି ବିଏମସି ମାସିକ ବୈଠକରେ ଉପସ୍ଥିତ ରହିଥିଲେ । ହେଲେ ତାଙ୍ଅକ ଚାନକ ଛୁଟିକୁ ନେଇ ଚର୍ଚ୍ଚା ଜୋରଧରିଛି ।  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୦୫ ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

୨୦୧୩ ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଏକମାସ ପାଇଁ ଛୁଟିରେ ଯିବା ନିମନ୍ତେ ଅନୁମତି ଦେଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।  ଗତକାଲି ସନ୍ଧ୍ୟାରେ ହିଁ ଶ୍ରୀ କୁଲାଙ୍ଗେଙ୍କୁ ଏକମାସ ଛୁଟିରେ ଯିବା ପାଇଁ ସରକାର ଅନୁମତି ଦେଇ ତାଙ୍କ ସ୍ଥାନରେ ଶ୍ରୀ ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

Post Views7 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!