ବଜାରରେ ବିକ୍ରି ହେଉଛି ଗଞ୍ଜେଇ ଚକୋଲେଟ୍ । ଗତ କିଛି ଦିନ ମଧ୍ୟରେ ହାଇଦ୍ରାବାଦର ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଓଡିଆ ଦାଦନ ଶ୍ରମିକଙ୍କ ନିକଟରୁ ୪୧.୫ କିଲୋ ଗଞ୍ଜେଇ ଚକୋଲେଟ ଜବତ କରିଛି । ଏକ ସ୍କୁଲ ନିକଟରୁ ୩ ଜଣ ଓଡିଆଙ୍କୁ ଗଞ୍ଜେଇ ଚକୋଲେଟ୍ ବିକ୍ରି ଅଭିଯୋଗରେ ଗିରଫ କରାଯାଇଥିଲା ।
ହାଇଦ୍ରାବାଦର ବାଲାନଗର ଅଞ୍ଚଳରୁ ଅନନ୍ତ ବାରିକକୁ ପୋଲିସ ଗିରଫ କରିଛି । ୧୪୦ଟି ଗଞ୍ଜେଇ ଚକୋଲେଟ୍ ପୋଲିସ ଅନନ୍ତଙ୍କ ନିକଟରୁ ଜବତ ହୋଇଛି । ସେହିପରି ଅନ୍ୟ ଜଣେ ବ୍ୟକ୍ତି ସୌମ୍ୟ ମଲ୍ଲିକଙ୍କଠାରୁ ୪ କିଲୋ ଗଞ୍ଜେଇ ଜବତ ହୋଇଛି ।
କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ଗଞ୍ଜେଇ ଚକୋଲେଟ ଆଦୃତ ବୋଲି ଜଣାପଡିଛି । ଯାହା ଚାରମିନାର ଗୋଲ୍ଡ ମୁନାକ୍କା ନାମରେ ପରିଚିତ । ୨୦ ଟଙ୍କାରେ ୫ ଗ୍ରାମର ଚକୋଲେଟ୍ ବିକ୍ରି ହେଉଛି । ଏହି ସବୁ ଚକୋଲେଟ ବାଲେଶ୍ୱରରେ ତିଆରି ହେଉଥିବା ଜଣାପଡିଛି । ଯାହା ଦାଦନ ଶ୍ରମିକଙ୍କ ଜରିଆରେ ହାଇଦ୍ରାବାଦକୁ ଚାଲାଣ ହେଉଥିବା ଜଣାପଡିଛି ।

