ଆଜି ବାଜିବ ନିର୍ବାଚନ ବିଗୁଲ୍

ଆଜି ବାଜିବ ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ଦୁନ୍ଦୁଭି। ଅପରାହ୍ନ ୩ଟା ସମୟରେ ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଓଡ଼ିଶା, ସିିକିମ୍‌, ଅରୁଣାଚଳ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ନିମନ୍ତେ ତାରିଖ ଘୋଷଣା କରିବେ। ପ୍ରଥମ ଥର ପାଇଁ ଦେଶର ୨ କୋଟି ନୂଆ ଭୋଟରଙ୍କ ସହ ୯୭.୮୮ କୋଟି ଭୋଟର ୨୦୨୪ରେ ଦିଲ୍ଲୀ ସିଂହାସନ ନିମନ୍ତେ ନିଜର ମତାଧିକାର ସାବ୍ୟସ୍ତ କରିବେ।

ଆଜି ନିର୍ବାଚନ କମିଶନଙ୍କ ଘୋଷଣା ସହ ସାରା ଦେଶରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। କୁହାଯାଉଛି ଯେ ୫୪୩ ଲୋକସଭା ଆସନ ପାଇଁ ସାରା ଦେଶରେ ୭ରୁ ୮ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଗତ ୮ ଫେବ୍ରୁଆରୀରେ ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ପ୍ରଦେଶର ଭୋଟରଙ୍କ ସୂଚୀ ଜାରି କରି ସାରିଛନ୍ତି । ୧୮ରୁ ୨୯ ବର୍ଷ ବୟସ ବର୍ଗର ପ୍ରାୟ ୨ କୋଟି ନୂଆ ଭୋଟର ଏହି ସୂଚୀରେ ସାମିଲ ହୋଇଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଅଧିକ ୬% ଭୋଟର ଅର୍ଥାତ ୯୭.୮୮ କୋଟି ମତଦାତା ଆଗାମୀ ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଯାହା ସାରା ବିଶ୍ୱରେ ସର୍ବାଧିକ। ସେହିପରି ଆଗାମୀ ନିର୍ବାଚନରେ ପୁରୁଷ-ମହିଳା ଭୋଟର ଅନୁପାତ ୨୦୧୯ରେ ୧୦୦୦: ୯୪୦ରୁ ବୃଦ୍ଧି ପାଇ ୧୦୦୦: ୯୪୮ରେ ପହଞ୍ଚିଥିବା ନିର୍ବାଚନ କମିଶନ ସୂଚନା ଦେଇଥିଲେ ।ଦେଶରେ ସାଧାରଣ ନିର୍ବାଚନ ସହ ସିକିମ୍‌ର ୩୨, ଅରୁଣାଚଳ ପ୍ରଦେଶର ୬୦, ଓଡ଼ିଶାର ୧୪୭ ଓ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ନିମନ୍ତେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ । ବଡ଼ ରାଜ୍ୟ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ପରି କେତେକ ରାଜ୍ୟରେ ୭ରୁ ୮ ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ମାତ୍ର ବିଧାନସଭା ନିର୍ବାଚନ ହେଉଥିବା ୪ ରାଜ୍ୟ ଓଡ଼ିଶା, ସିକିମ୍‌, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୩ରୁ ୫ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି କୁହାଯାଉଛି ।

ଆଗାମୀ ନିର୍ବାଚନରେ ୮୫ ବର୍ଷରୁ ଊଦ୍ଧ୍ୱର୍ ମତଦାତାଙ୍କୁ ଘରୁ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଗତ ୧ ତାରିଖରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ସୂଚନାପ ୍ରକାଶ ପାଇଛି । ଏବେ କେବଳ ଏହି ବୟସ ବର୍ଗର ଲୋକଙ୍କୁ ପୋଷ୍ଟାଲ ଭୋଟ ଦେବାର ସୁବିଧା ପ୍ରଦାନ କରାଯାଇଛି । ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ ନିର୍ବାଚନରେ ମୋଟ ୯୬.୮ କୋଟି ମତଦାତାଙ୍କ ମଧ୍ୟରୁ ୪୯.୭ କୋଟି ପୁୁରୁଷ, ୪୭.୧ କୋଟି ମହିଳା ଅଛନ୍ତି । ସେହିପରି ଗତ ନିର୍ବାଚନ ତୁଳନାରେ ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ ୪୮୦୪୪ରେ ପହଞ୍ଚିଥିବା କୁହାଯାଉଛି । ୨୦୧୯ ନିର୍ବାଚନରେ ନବାଗତ ଭୋଟରଙ୍କ ସଂଖ୍ୟା ୧.୫ କୋଟି ଥିବାବେଳେ ୨୦୨୪ରେ ଏହା ୧.୮୫ କୋଟି ଅତିକ୍ରମ କରିଛି । ଅନ୍ୟପକ୍ଷରେ ଦେଶରେ ଭିନ୍ନକ୍ଷମ ମତଦାତାଙ୍କ ସଂଖ୍ୟା ୮୮.୩୫ ଲକ୍ଷ ବୋଲି ନିର୍ବାଚନ କମିଶନଙ୍କ ୨୦୨୪ ସମରି ରିଭିଜନ ରିପୋର୍ଟରେ ଉଲ୍ଲେଖ ରହିଛି ।

Post Views91 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!