ପରଲୋକରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି। ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସେ କହିଛନ୍ତି।
ଦୀର୍ଘ ବର୍ଷ ହେଲା କର୍କଟରୋଗରେ ଆକ୍ରାନ୍ତ ହୋଇଥିବା ଶାନ୍ତିଲତା ବାରିକଙ୍କ ଚିକିତ୍ସା ଜାରି ରହିଥିଲା। ଗତକାଲି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତୁରନ୍ତ ଭୁବନନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ସ୍ବାମୀ ବସନ୍ତ କୁମାର ଛୋଟରାୟ ସୂଚନା ଦେଇଛନ୍ତି ।
ଥକାମନ ଚାଲଯିବା, ଝଗନ୍ନାଥ ତୁମେ ଛଳିଆ ଆଦି ବେଶ ଲୋକପ୍ରିୟ ଭଜନ ଗାଇଛନ୍ତି। ଏହାସହିତ ଶାନ୍ତିଲତା ବାରିକ ଜଣେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଭାବେ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲେ।

