କଡା ଟକ୍କର ଦେବେ ପ୍ରଦୀପ ପାଣିଗ୍ରାହୀ

ଏଥର ବ୍ରହ୍ମପୁରରେ ହେବ ବଡ ଲଢେଇ।‌ ଲୋକସଭା କ୍ଷେତ୍ରରେ ଦେଖିବାକୁ ମିଳିବ ଟପ୍ ଫାଇଟ୍ । ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିସାରିଥିବାବେଳେ ବିଜେଡି ଏଯାଏଁ କାର୍ଡ ଖୋଲିନି।‌ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଚାର ଆରମ୍ଭ କରିବା ସହ ସରକାରୀ ଦଳକୁ କଟୁ ସମାଲୋଚନା କରି ଏକ ସରକାର ବିରୋଧି ମାହୋଲ ପ୍ରସ୍ତୁତ କରୁଛନ୍ତି।

ଗତ ସାଧାରଣ ନିର୍ବାଚନରେ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ସାଂସଦ ପ୍ରାର୍ଥୀ କରିଥିବାବେଳେ ପ୍ରଦୀପଙ୍କୁ ବ୍ରହ୍ମପୁରରୁ ଏଥର ଲୋକସଭା ପ୍ରାର୍ଥୀ କରିଛି । ଗଞ୍ଜାମ ରାଜନୀତିରେ ପ୍ରଦୀପଙ୍କର ବେଶ୍ ଦବଦବା ରହିଛି। ପୂର୍ବରୁ ବିଜୁ ଜନତା ଦଳରେ‌ ଥିବା ପ୍ରଦୀପ ଗଞ୍ଜାମ ବିଜେଡିର ସର୍ବେସର୍ବା ଥିଲେ।‌ଏପରିକି ପ୍ରଦୀପଙ୍କ ବିନା ଅନୁମତିରେ କାଳେ ଗଞ୍ଜାମରେ ପତ୍ରଟିଏ ବି ହଲୁନଥିବା କୁହାଯାଏ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବି ସେ ଅତି ଘନିଷ୍ଠ ଥିଲେ ବୋଲି କୁହାଯାଏ।‌ ହେଲେ‌‌ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ବିଜେପିରେ ଯୋଗଦେଇଥିଲେ। ଲଗାତାର ସରକାରଙ୍କୁ ଆଟାକ କରି‌ ବେଶ୍ ଚର୍ଚ୍ଚାରେ ଅଛନ୍ତି ପ୍ରଦୀପ।

ପ୍ରଦୀପ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଗୋପାଳପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସୁମନାଥ ପାଣିଗ୍ରାହୀ ଓ ପତ୍ନୀଙ୍କ ନାମ ସୁଜାତା ପାଣିଗ୍ରାହୀ । ଛାତ୍ର ବେଳୁ ରାଜନୀତିରେ‌ ପାଦ‌ ଦେଇଥିବା ପ୍ରଦୀପ ଆଗରୁ ବିଜେଡି ଟିକେଟରେ ଗୋପାଳପୁର ବିଧାୟକ ହୋଇଥିଲେ । ଏହାସହ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଏବେ ସେ ବିଜେପିରେ ଥିବାବେଳେ ତାଙ୍କ ରାଜନୈତିକ କ୍ୟାରିଅର ଉପରେ ସଭିଙ୍କର‌ ନଜର ରହିଛି। କୁହାଯାଉଛି ବ୍ରହ୍ମପୁରରେ ଏବେ ପ୍ରଦୀପଙ୍କ ପଲ୍ଲା ବେଶ୍ ଭାରି ରହିଛି। ତେବେ ଆଗକୁ ନିର୍ବାଚନ ହି ପ୍ରଦୀପଙ୍କ ଲୋକପ୍ରିୟତାର‌ ପ୍ରମାଣ ଦେବ।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!