ବସ୍ତାରେ ସୁବାସିନୀ ଦେବେ ଟପ୍ ଫାଇଟ୍

ଏଥର ବସ୍ତାରେ ହେବ ବିଗ୍ ଫାଇଟ୍ । ପୂର୍ବତନ ବାଲେଶ୍ବର ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ତଥା ମାସିକ ପତ୍ରିକା ରେବତୀର ସଂପାଦିକା ସୁବାସିନୀ ଜେନାଙ୍କୁ ବିଧାନସଭା ଯୋଦ୍ଧା ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ସମାଜସେବୀ ଭାବେ ସ୍ଥାନୀୟ ଅଞ୍ଚଳରେ ସୁବାସିନୀ ଢେର ଲୋକପ୍ରିୟତା ଲାଭ କରିଛନ୍ତି । ଲୋକଙ୍କ ସୁଖଦୁଃଖରେ ଠିଆ ହେବା ସହ ସଦାସର୍ବଦା ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଛନ୍ତି ସୁବାସିନୀ । ସୁବାସିନୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ବସ୍ତା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସୁବାସିନୀଙ୍କୁ ପ୍ରାର୍ଥୀ ଭାବେ ପାଇ ବସ୍ତାବାସିନ୍ଦା ବେଶ୍ ଖୁସି ପ୍ରକାଶ କରିଛନ୍ତି।

ବିଶିଷ୍ଟ ଶିଳ୍ପପତି ତଥା ପୂର୍ବତନ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ବିଜେଡି ପ୍ରାର୍ଥୀ ହୋଇଛନ୍ତି I ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି I ନବୀନଙ୍କ ନିଷ୍ପତ୍ତି ପରେ ଲୋକେ ସୁବାସିନୀଙ୍କୁ ପାଛୋଟି ନେଇଥିବା ଜଣାପଡ଼ିଛି I ଦୀର୍ଘ ୨୫ବର୍ଷ ଧରି ଉତ୍ତର ବାଲେଶ୍ବରର ବସ୍ତା ଆସନକୁ ବିଜେଡ଼ି ଦଖଲ କରି ଆସୁଥିବା ବେଳେ ବିଜେପି ଓ କଂଗ୍ରେସ ଭଳି ଦୁଇ ଜାତୀୟ ଦଳକୁ କେବଳ ପରାଜୟର ସ୍ଵାଦ ଚାଖିଛନ୍ତି । ୨୦୦୦ ମସିହାଠାରୁ ବିଜେଡ଼ି ଗଣିତ ଆଗରେ ବିଜେପି ଓ କଂଗ୍ରେସର ରଣନୀତି ବିଫଳ ହୋଇଛି । ୨୦୦୦ ରୁ ୨୦୧୯ ପାଞ୍ଚ ପାଞ୍ଚ ଥର ଲଢେଇ ଭିତରେ ବିଜେଡ଼ି ଆଗରେ ରହିଥିବାବେଳେ ବିଜେପି ତିନି ନମ୍ବରକୁ ଖସିଆସିଛି । ସଂଖ୍ଯା ଗଣିତ କହୁଛି ଏଥର ବି ବିଜେଡି ପ୍ରାର୍ଥୀଙ୍କର ବିଜୟ ସୁନିଶ୍ଚିତ ।

୨୦୧୯ ମସିହାରୁ ବସ୍ତା ଲୋକଙ୍କ ପାଖେ ପାଖେ ଅଛନ୍ତି ସୁବାସିନୀ । ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ପାଖରେ ଛାଇ ଭଳି ରହିଛନ୍ତି । ବିପଦଆପଦରେ କର୍ମୀ ଓ ବସ୍ତାବାସିନ୍ଦାଙ୍କ କାନ୍ଧରେ କାନ୍ଧ ମିଳାଇ ସବୁବେଳେ ଠିଆ ହୋଇଛନ୍ତି । କରୋନା ସମୟରେ ଲୋକଙ୍କ ପାଖରେ ଅତ୍ଯାବଶ୍ଯକ ସମାଗ୍ରୀ ପହଞ୍ଚାଇବା ହେଉ କିମ୍ବା ପ୍ରବାସୀଙ୍କୁ ଓଡ଼ିଶା ଫେରାଇବା ଦିଗରେ ସୁବାସିନୀ ସମର୍ପିତ ଭାବେ କାମ କରି ସଭିଙ୍କର ପ୍ରିୟଭାଜନ ହୋଇଥିଲେ । ତାଙ୍କର କାର୍ଯ୍ୟଦକ୍ଷତା ଦେଖି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁବାସିନୀଙ୍କୁ ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି । କାର୍ଯ୍ୟକାରୀ ସଭାପତି ଭାବେ ସାରା ରାଜ୍ଯରେ ମହିଳା ସଂଗଠନକୁ ସୁଦୃଢ କରିବାରେ ତାଙ୍କର ବିଶେଷ ଅବଦାନ ରହିଛି । ଦଳ ପ୍ରତି ଆନୁଗତ୍ଯ, ଜନସେବା ପ୍ରତି ସମର୍ପିତ ଭାବ ଓ ବିଜୟ ସମ୍ଭାବନା ଅଧିକ ଥିବାରୁ ସୁବାସିନୀଙ୍କୁ ପ୍ରାର୍ଥିତ୍ବରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ବଡ଼ ବ୍ଯବଦାନରେ ବିଜୟ ଲାଭ କରି ନବୀନଙ୍କ ଭରସା ରଖିବାକୁ ସୁବାସିନୀ ଲକ୍ଷ୍ଯ ରଖଛନ୍ତି ।

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!