୧୧୨ ଆସନରେ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେପି

୨୦୨୪ ନିର୍ବାଚନ ପାଇଁ ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନେକ ନେତାଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ..

ପଦ୍ମପୁରରୁ ଗୋବର୍ଦ୍ଧନ ଭୁଏ, ବିଜେପୁରରୁ ସନତ ଗଡତିଆ, ବରଗଡ଼ରୁ ଅଶ୍ୱିନ ଷଡ଼ଙ୍ଗୀ, ଅତାବିରାରୁ ନିହାର ମହାନନ୍ଦ, ବ୍ରଜରାଜନଗରରୁ ସୁରେଶ ପୂଜାରୀ, ଭଟଲୀରୁ ଇରାଶିଷ ଆଚାର୍ଯ୍ୟ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ତଳସରାରୁ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ରୁ କୁସୁମ ଟେଟେ, ବୀରମିତ୍ରପୁରରୁ ଶଙ୍କର ଓରାମ, ରଘୁନାଥପାଲିରୁ ଦୁର୍ଗା ଚରଣ ତନ୍ତୀ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ସେବତୀ ନାୟକ, କୁଚିଣ୍ଡାରୁ ରବି ନାରାୟଣ ନାୟକ, ରେଙ୍ଗାଲିରୁ ନାଉରୀ ନାଏକ ପ୍ରାର୍ଥୀ ହୋଇଛନ୍ତି। ସମ୍ବଲପୁରରୁ ଜୟନାରାୟଣ ମିଶ୍ର, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଦେବଗଡ଼ରୁ ସୁବାସ ପାଣିଗ୍ରାହୀ, ଆନନ୍ଦପୁରରୁ ଆଲୋକ କୁମାର ସେଠୀ, କେନ୍ଦୁଝରରୁ ମୋହନ ଚରଣ ମାଝୀ, ଯଶୀପୁରରୁ ଗଣେଶରାମ ସିଂ ଖୁଣ୍ଟିଆ, ଉଦଳାରୁ ଭାସ୍କର ମଢ଼େଇ, ବଡ଼ସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର, ଜଳେଶ୍ୱରରୁ ବ୍ରଜ ପ୍ରଧାନ, ବାଲେଶ୍ୱରରୁ ମାନସ କୁମାର ଦତ୍ତ, ରେମୁଣାରୁ ଗୋବିନ୍ଦ ଚନ୍ଦ୍ର ଦାସ, ସୋରରୁ ରାଜେନ୍ଦ୍ର ଦାସ, ସିମୁଳିଆରୁ ପଦ୍ମଲୋଚନ ପଣ୍ଡା, ଭଦ୍ରକ ସୀତାଂଶୁ ଶେଖର ମହାପାତ୍ର, ଧାମନଗରରୁ ସୂର୍ଯ୍ୟବଂଶୀ ସୂରଜ, ଚାନ୍ଦବାଲିରୁ ମନମୋହନ ସାମଲ, ବିଂଝାରପୁରରୁ ବବିତା ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ସ୍ମୃତିରେଖା ପହୀ, ଯାଜପୁରରୁ ଗୌତମ ରାୟ, କୋରାଇରୁ ଆକାଶଦାସ ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତ, ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, କାମାକ୍ଷାନଗରରୁ ଶତୃଘନ ଜେନା, ପର୍ଜଙ୍ଗରୁ ବିଭୂତିଭୂଷଣ ପ୍ରଧାନ, ପାଲଲହଡ଼ାରୁ ଅଶୋକ ମହାନ୍ତି, ତାଳଚେରରୁ କାଳନ୍ଦୀଚରଣ ସାମଲ, ଅନୁଗୁଳରୁ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଆଠମଲ୍ଲିକରୁ ସଂଜୀବ ସାହୁ, ବୀରମହାରାଜପୁରରୁ ରଘୁନାଥ ଜଗଦଳ, ସୋନପୁରରୁ ପ୍ରମୋଦ ମହାପାତ୍ର, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ପାଟଣାଗଡ଼ରୁ କେ ଭି ସିଂହଦେଓ, ବଲାଙ୍ଗୀରରୁ ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼ରୁ ନବୀନ ଜୈନ, କଣ୍ଟାବାଞ୍ଜିରୁ ଲକ୍ଷ୍ମଣ ବାଗ, ନୂଆପଡ଼ାରୁ ଅଭିନନ୍ଦନ ପଣ୍ଡା, ଖରିଆର- ହିତେଶ ବଗର୍ତ୍ତି, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଂଗପୁରରୁ ଗୌରୀଶଙ୍କର ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ କୁମାର ମେହେର, ଧର୍ମଗଡ଼ରୁ ସୁଧୀର ପଟ୍ଟଯୋଶୀ, ଭବାନୀପାଟଣାରୁ ପ୍ରଦୀପ୍ତ ନାଏକ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ାରୁ କଳ୍ପନା କୁମାରୀ କହଁର, ଜି ଉଦୟଗିରିରୁ ମାନଗୋବିନ୍ଦ ପ୍ରଧାନ, ଫୁଲବାଣୀରୁ ଉମାଚରଣ ମଲ୍ଲିକ, କଣ୍ଟାମାଳରୁ କହ୍ନେଇ ଚରଣ ଡାଙ୍ଗ, ବୌଦ୍ଧରୁ ସରୋଜ ପ୍ରଧାନ, ବଡ଼ମ୍ବାରୁ ସମ୍ବିତ ତ୍ରିପାଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡ଼ରୁ ଅଭୟ କୁମାର ବାରିକ, ଚୌଦ୍ୱାର କଟକରୁ ନୟନ କିଶୋର ମହାନ୍ତି, ନିଆଳିରୁ ଛବି ମଲ୍ଲିକ, କଟକ ସଦରରୁ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗାରୁ ସୁମନ୍ତ କୁମାର ଘଡ଼େଇ, ପାଟକୁରାରୁ ତେଜେଶ୍ୱର ପରିଡ଼ା, ଆଳିରୁ କୃଷ୍ଣଚନ୍ଦ୍ର ପଣ୍ଡା, ମହାକାଳପଡ଼ାରୁ ଦୁର୍ଗାପ୍ରସନ୍ନ ନାୟକ, ପାରାଦୀପରୁ ସମ୍ପଦ କୁମାର ସ୍ୱାଇଁ, ତିର୍ତ୍ତୋଲରୁ ରାଜକିଶୋର ବେହେରା, ନିମାପଡ଼ାରୁ ପ୍ରଭାତୀ ପରିଡ଼ା, ପୁରୀରୁ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରିରୁ ଉପାସନା ମହାପାତ୍ର, ସତ୍ୟବାଦୀରୁ ଓମ୍ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଜୟଦେବରୁ ଅରବିନ୍ଦ ଢ଼ାଲି, ଭୁବନେଶ୍ୱର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ଏକାମ୍ରରୁ ବାବୁ ସିଂ, ଜଟଣୀରୁ ବିଶ୍ୱରଂଜନ ବଡ଼ଜେନା, ଚିଲିକାରୁ ପୃଥ୍ୱୀରାଜ ହରିଚନ୍ଦନ, ରଣପୁରରୁ ତାପସ ରଂଜନ ମାର୍ଥା, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ୱାଇଁ, ଦଶପଲ୍ଲାରୁ ରାଘବ ମଲ୍ଲିକ, ନୟାଗଡ଼ରୁ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଭଂଜନଗରରୁ ପ୍ରଦ୍ୟୁମ୍ନ ନାୟକ, ପୋଲସରାରୁ ଗୋକୁଳଚନ୍ଦ୍ର ନାୟକ, କବିସୂର୍ଯ୍ୟନଗରରୁ ପ୍ରତାପ ଚନ୍ଦ୍ର ନାୟକ, ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁରରୁ କୃଷ୍ଣଚନ୍ଦ୍ର ନାୟକ, ଆସ୍କାରୁ ସରୋଜ କୁମାର ପାଢ଼ୀ, ସୋରଡ଼ାରୁ ନୀଳମଣି ବିଷୋୟୀ, ହିଞ୍ଜିଳିରୁ ଶିଶିର ମିଶ୍ର, ଗୋପାଳପୁରରୁ ବିଭୂତି ଭୂଷଣ ଜେନା, ବ୍ରହ୍ମପୁରରୁ କେ ଅନୀଲ କୁମାର, ଦିଗପହଣ୍ଡିରୁ ସିଦ୍ଧାନ୍ତ ମହାପାତ୍ର, ଚିକିଟିରୁ ମନୋରଂଜନ ଦ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡିରୁ କେ ନାରାୟଣ ରାଓ, ଗୁଣୁପୁରରୁ ତ୍ରିନାଥ ଗମାଙ୍ଗ, କୋରାପୁଟରୁ ରଘୁରାମ ମାଛ, ପଟ୍ଟାଙ୍ଗୀରୁ ଚୈତନ୍ୟ ହନ୍ତାଳ ଏବଂ ମାଲକାନଗିରିରୁ ନରସିଂହ ମାଡ଼କାମୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!