ନିର୍ବାଚନ ପୂର୍ବରୁ ଦାୟିତ୍ୱ ରୁ ହଟିଲେ ଜିଲ୍ଲାପାଳ ,ଏସପି ଓ ଆଇଜି । କିଛି ଅଧିକାରୀଙ୍କୁ ତୁରନ୍ତ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ । ୨ଜିଲ୍ଲାପାଳ , ୫ ଏସପି ଏବଂ ଜଣେ ଆଇଜିଙ୍କ ହୋଇଛି ବଦଳି ।
କଟକ ଜଗତସିଂହପୁରର ୨ଜଣ ଜିଲ୍ଲାପାଳ ଥିବା ବେଳେ , ଅନୁଗୁଳ, ରାଉରକେଲା ,ବ୍ରହ୍ମପୁର ,ଖୋର୍ଦ୍ଧା, ସୁନ୍ଦରଗଡର ଏସପିଙ୍କ ହୋଇଛି ବଦଳି । ସେହପରି କେନ୍ଦ୍ରାଂଚଳ ଆଇଜି ଙ୍କୁ ବଦଳାଇବାକୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ । ୨ଜିଲ୍ଲାପାଳ ଭିତରେ କଟକର ବିନୀତ ଭରଦ୍ୱାଜ ଏବଂ ଜଗତସିଂହପୁରର ପାରୁଲ ପଟୱାରୀ ରହିଛନ୍ତି ।
ସେହିଭଳି ୫ ଏସପିଙ୍କ ଭିତରେ ଆଇପିଏସ ସୁଧାଂଶୁ ଶେଖର ମିଶ୍ର, ଆଇପିଏସ ଶ୍ରବଣ ବିବେକ ଏମ, ଆଇପିଏସ ଜୁଗଲ କିଶୋର , ଆଇପିଏସ ମିତ୍ରଭାନୁ ମହାପାତ୍ର, ଆଇପିଏସ ଡଃ କନୱର ବିଶାଲ ସିଂହ ରହିଛନ୍ତି । ଏଥିସହ ଜଣେ କେନ୍ଦ୍ରାଂଚଳ ଆଇଜି ଆଇପିଏସ ଆଶିଷ କୁମାର ସିଂ ଏଥିରେ ସାମିଲ ଅଛନ୍ତି ।

