ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ

ବିଜେପି ଆଜି ବିଧାନସଭା ନିର୍ବାଚନ ପାଇଁ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ଲଳିତେନ୍ଦୁଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଟିକେଟ ଦେଇଛି।

ବିଜେଡି ଏହି ଆସନରେ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି। ଉମାକାନ୍ତ ଏବେ ସତ୍ୟବାଦୀ ବିଧାୟକ ଅଛନ୍ତି। ୨୦୧୯ରେ ଏହି ଆସନରୁ ବିଜେଡି ସଞ୍ଜୟ କୁମାର ଦାସ ବର୍ମାଙ୍କୁ ପ୍ରାର୍ଥୀ କରିଥିଲା।

ତେବେ ସେ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ହାରି ଯାଇଥିଲେ। ବିଜେଡି ଏଥର ସଞ୍ଜୟ କୁମାର ଦାସ ବର୍ମାଙ୍କୁ ସତ୍ୟବାଦୀରୁ ପ୍ରାର୍ଥୀ କରିଛି।

ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଭଳି ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀଙ୍କ ଟିକେଟ କଟିଛି। ଦଳ ଏଠାରୁ ନରସିଂହ ମାଡ଼କାମୀଙ୍କୁ ପ୍ରାର୍ଥୀ କରିଛି।

Post Views130 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!