୧୬ତମ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ, ବିଧାନସଭା ଭଙ୍ଗା ପାଇଁ ସୁପାରିଶ କରିଥିଲା ରାଜ୍ୟ କ୍ୟାବିନେଟ୍

 

ଓଡ଼ିଶାର ୧୬ ତମ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ, ଏ ନେଇ ସୁଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ବିଭାଗରେ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା । ଆସନ୍ତାକାଲି ଭୋଟ ଗଣତି ରହିଛି । ଏହା ପୁବରୁ ଓଡିଶା ବିଧାନସଭା ଭଙ୍ଗ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟର ଶେଷ ବୈଠକ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗଦେଇଥିଲେ। ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କ୍ରମେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରାଯାଇଥିଲା। ଜୁନ ୪ ଅର୍ଥାତ୍‌ ଅର୍ଥାତ ଆସନ୍ତାକାଲି ଆସିବ ଲୋକସଭା ଓ ବିଧାନସଭା ୨୦୨୪ର ରେଜଲ୍ଟ ।

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ପୁରୁଣା କ୍ୟାବିନେଟ ଭଙ୍ଗ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ନୂଆ ସରକାର ଗଢା ହେବା ପର୍ଯ୍ୟନ୍ତ କାମଚଳା ଦାୟିତ୍ୱରେ ରହିବା ପାଇଁ ପରାମର୍ଶ ଦେଇଥାନ୍ତି। ଫଳାଫଳ ଆସିବା ପରେ ସର୍ବାଧିକ ଆସନ ପାଇଥିବା ଦଳକୁ ସରକାର ଗଢିବା ପାଇଁ ରାଜ୍ୟପାଳ ଆମନ୍ତ୍ରଣ କରନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!