ଆସନ୍ତା କାଲି ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ , ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା କାଲି ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୯- ଢେଙ୍କାନାଳ ସାଂସଦୀୟ କ୍ଷେତ୍ରର ୫୭- କାମାକ୍ଷାନଗର ଓ ୫୮-ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଫଳାଫଳ ଘୋଷଣା ପାଇଁ କାମାକ୍ଷାନଗର ମହାବିଦ୍ୟାଳୟ ଠାରେ ବ୍ୟବସ୍ଥା କରାଯାଇଛି।

ଏଥିପାଇଁ କାମାକ୍ଷାନଗର ପାଇଁ ୨୦ ଟି ଟେବୁଲ ଓ ପରଜଙ୍ଗ ପାଇଁ ୨୦ ଟି ଟେବୁଲରେ ଗଣତି ହେବ। ୧୦ ଟି ଟେବୁଲରେ ବିଧାନସଭା ପାଇଁ ଓ ୧୦ ଟି ସାଂସଦ ପାଇଁ ଟେବୁଲ ସ୍ଥିର କରାଯାଇଛି। ଏହା ସକାଳ ୮ ଟା ଠାରୁ ଆରମ୍ଭ ହୋଇ ଗଣତି ଶେଷ ପର୍ଯ୍ୟନ୍ତ ଚାଲିବ। କାମାକ୍ଷାନଗର ରେ ୨୪ ଟି ରାଉଣ୍ଡ ଗଣତି ହେବାବେଳେ, ପରଜଙ୍ଗ ପାଇଁ ୨୫ ରାଉଣ୍ଡ କରାଯାଇଛି। ଏଥିପାଇଁ ପ୍ରଶାସନ ତରଫରୁ ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର,କାଉଣ୍ଟିଂ ଅବଜରଭର ଓ କାଉଣ୍ଟିଂ ଆସିଷ୍ଟାଣ୍ଡ ନିଯୁକ୍ତି ହୋଇଛନ୍ତି ଏବଂ ପ୍ରତି ରାଉଣ୍ଡରେ ଡାକବାଜି ଯନ୍ତ୍ର ଦ୍ବାରା ସର୍ବସାଧାରଣଙ୍କୁ ଜଣାଇବାର ବ୍ୟବସ୍ଥା ଅଛି। ଶାନ୍ତିସୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!