କୁନିକୁନି ହାତରେ ସବୁଜ ପୃଥିବୀ ଗଠନ, ଢେଙ୍କାନାଳ ରେ ବିଶ୍ୱ ପରିବେଶ ଦିବସ ପାଳନ

ଛୋଟ ହାତରେ ସବୁଜ ପ୍ରଥିବୀ ଗଠନ, ସ୍ଥାନୀୟ ମାଟି ସଂରକ୍ଷଣ ସହ ନଷ୍ଟ ହୋଇଯାଉଥିବା ମଞ୍ଜିକୁ ନେଇ ବିଶ୍ୱ ପରିବେଶ ଦିବସ ଅବସରରେ କୁନିକୁନି ପିଲାଙ୍କୁ ସିଡ୍ ବଲ୍ ତିଆରି ପ୍ରଶିକ୍ଷଣ । ପରିବେଶକୁ ସୁରକ୍ଷିତ ରଖିବା ସହ ଜନସଚେତନତା ପାଇଁ ପ୍ରତିବର୍ଷ ଜୁନ୍୫ ତାରିଖ ଦିନ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥାଏ। ପ୍ରତିବର୍ଷ ବିଭିନ୍ନ ଥିମ ସହ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ ରହିଛି ” ମୃତ୍ତିକା ପୁନରୁଦ୍ଧାର, ମରୁଭୂମି ଏବଂ ମରୁଭୂମିର ସ୍ଥିରତା ”

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ପରିବେଷବିତ୍ ଶୁଭ୍ରାଂଶୁ ଶତପଥୀଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଯାଇଛି । କୋଟପାଳ ଗ୍ରାମରେ ଥିବା ଛୋଟଛୋଟ ପିଲାଙ୍କୁ ନେଇ ସ୍ଥାନୀୟ ମାଟି ଏବଂ ସ୍ଥାନୀୟ ମଞ୍ଜି ସଂଗ୍ରହ କରି ତାଙ୍କୁ ସିଡ୍ ବଲ୍ ନିର୍ମାଣ ର ପ୍ରଶିକ୍ଷଣ ଦେବା ସହ ଗଛ ଲଗାଇବା ଦ୍ୱାରା ମୃତ୍ତିକା ସଂରକ୍ଷଣ ର ଉପାଦେୟତା ନେଇ ତାଙ୍କ ପିଲାମାନେ ଜ୍ଞାନ ଆହରଣ କରିଥିଲେ । ମାଟି ପାଣି ମଞ୍ଜିକୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନେ ଖୁବ ଆନନ୍ଦିତ ହେବା ସହ, ଆଗାମୀ ଦିନରେ ଏଭଲି ସିଡବଲ୍ ସ୍କୁଲ ପଡିଆ ଏବଂ ଅଗଣାରେ ପକାଇ ସବୁଜିମା ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ନେଇଛନ୍ତି।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!