ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କୁଏତର ସର୍ବୋଚ୍ଚ ସମ୍ମାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲା କୁଏତ। ରାଜା ଶେଖ ମିଶଲ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୁଏତର ସର୍ବୋଚ୍ଚ ସମ୍ମାନ “ଦ ଅର୍ଡର ଅଫ ମୁବାରକ ଅଲ କବିର”ରେ ସମ୍ମାନିତ କରିଛନ୍ତି।

କୁଏତ ରାଜାଙ୍କ ଦ୍ୱାରା ଦିଆଯାଉଥିବା ଏହା ସର୍ବୋଚ୍ଚ ସମ୍ମାନ। ବନ୍ଧୁତାର ପ୍ରତୀକ ଭାବେ କୌଣସି ଦେଶର ମୁଖ୍ୟ, ସ୍ୱାଧାନୀ ଦେଶ ଓ ରାଜ ପରିବାରର ସଦସ୍ୟ ମାନଙ୍କୁ ଦିଆଯାଇଥାଏ। ତେବେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୦ ତମ ଅନ୍ତର୍ଜାତୀୟ ପୁରସ୍କାର।

ମୋଦୀଙ୍କ ପୂର୍ବରୁ କୁଏତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ, ଲଣ୍ଡନର ରାଜା ପ୍ରିନ୍ସ ଚାର୍ଲସ ଓ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶଙ୍କୁ ଏହି ପୁରସ୍କାର ପ୍ରଦାନ କରିସାରିଛି।
ରବିବାର ତାଙ୍କୁ କୁଏତର କ୍ଷମତା କେନ୍ଦ୍ର ବାୟନ ପ୍ୟାଲେସରେ ମୋଦୀଙ୍କୁ ସମ୍ମାନିତ କରାଯାଇଛି। ପ୍ରଧାନମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ଯ ସ୍ୱାଗତ କରାଯାଇଥିଲା। ତାଙ୍କୁ ଗାର୍ଡ ଅପ୍ ଅନର ଦେବା ସହିତ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୁଏତର ରାଜା ଶେଖ ମିଶଲ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହ ମଧ୍ୟ ଯୋଗ ଦେଇଥିଲେ।

ସୂଚନା ଥାଉକି କୁଏତର ରାଜା ଶେଖ ମିଶଲ ଅଲ-ଅହମ୍ମଦ ଅଲ-ଜାବେର ଅଲ-ସବାହଙ୍କ ନିମନ୍ତ୍ରଣ କ୍ରମେ ମୋଦି ଦୁଇ ଦିନିଆ କୁଏତ ଗ୍ରସ୍ତରେ ଯାଇଛନ୍ତି। ଏହା ପିଏମ ମୋଦିଙ୍କ ପ୍ରଥମ କୁଏତ ଗସ୍ତ ହୋଇଥିଲା ବେଳେ ଦୀର୍ଘ ୪୩ ବର୍ଷ ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ମଧ୍ୟ ପ୍ରାଚ୍ୟ ଗସ୍ତ।ଶନିବାର ପିଏମ ମୋଦି ଗଲ୍ଫ ସ୍ପିକ ଏମ୍ପ୍ଲୋଇ କ୍ୟାମ୍ପ ପରିଦର୍ଶନ କରିବାକୁ ଯାଇଥିଲେ। ଏହି ଗସ୍ତରେ ସେ ଭାରତୀୟ ଶ୍ରମିକ ମାନଙ୍କୁ ଭେଟିବା ସହ କୁଏତର ବିକାଶମୁପଳକ କାର୍ଯରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ।

Post Views19 Total Count

Apply Now


This will close in 0 seconds

error: Content is protected !!