କାହିଁକି ରାତିରେ ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର, ଲୋକେ ଦେଖନ୍ତିନି ମର ଶରୀର

କିନ୍ନରଙ୍କ ଜୀବନ ଟିକେ ଭିନ୍ନ। କୁହାଯାଏ ସେମାନଙ୍କ ଅନ୍ତିମ ସଂସ୍କାର ଖୁବ ରହସ୍ୟମୟ। ମୃତ୍ୟୁର ଆଭାସ ଏମାନଙ୍କୁ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି। କେବଳ ଏତିକି ନୁହେଁ ଏମିତି ଆହୁରି ଅନେକ ରହିଛି କିନ୍ନରଙ୍କ ଅନ୍ତିମ ସସ୍କାର ନେଇ।
ବିବାହ ଠାରୁ ଆରମ୍ଭ କରି ଜନ୍ମ ପର୍ଯ୍ୟନ୍ତ ଘରର ଏକାଧିକ ଶୁଭ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇ ଚାଲିଯାନ୍ତି ସେମାନଙ୍କ ଦୁନିଆକୁ। ଟ୍ରାଫିକ ସିଗନାଲରେ ଅଟକିଥିବା ଗାଡ଼ିର କାଚକୁ ଠକ୍ଠକ୍କରୁଥିବା କିନ୍ନରଙ୍କୁ ଆପଣ ଦେଖିଥିବେ। କିନ୍ତୁ ସେମାନଙ୍କ ଜୀବନର ସଂଘର୍ଷ ବିଷୟରେ କମ ଲୋକ ଜାଣନ୍ତି। କୁହାଯାଏ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ ମୃତ୍ୟୁକୁ ନେଇ । ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଥାଏ କେବଳ ଗୋଟିଏ ବାକ୍ୟ… ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ । ଆଖପାଖ ଏବଂ ଦୂର ଦୂରାନ୍ତରେ ରହୁଥିବା କିନ୍ନର ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ । ଏମାନଙ୍କ ଶବକୁ କବର ଦିଆଯାଏ ।
ଶବ ଶୋଭାଯାତ୍ରା ସମୟରେ ଚାରି କାନ୍ଧରେ ନେବା ପରମ୍ପରା ଏମାନଙ୍କ ନିକଟରେ ଦେଖିବାକୁ ମିଳେନାହିଁ । ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କୁହାଯାଏ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖି ନିଅନ୍ତି ତେବେ ମୃତ କିନ୍ନର ପୁନର୍ବାର କିନ୍ନର ହୋଇ ଜନ୍ମ ହୁଅନ୍ତି । କିନ୍ନର ନିଜକୁ ଖୁବ୍ ଅଭିଶପ୍ତ ମାନନ୍ତି । ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ । ଖାଲି ସେତିକି ନୁହେଁ ଯଦି ତାଙ୍କ ସମ୍ପ୍ରଦାୟର ଜଣେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହେଉଛି ତେବେ ଆଖପାଖର ସମସ୍ତ ବୟସ୍କ କିନ୍ନର ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି । କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ । ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!