ସୁରେଶ ପୂଜାରୀଙ୍କୁ ନେଇ ମୂଖ୍ୟମନ୍ତ୍ରୀ ଆଶଙ୍କା

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ସସପେନ୍ସ ଜାରି ରହିଥିବା ବେଳେ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି । ଗତକାଲି ସଂଧ୍ୟାରେ ବ୍ରଜରାଜନଗର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀରେ ସେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି । ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସକାଳେ ବିଧାୟକ ଦଳ ବୈଠକ ବସିବ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ ।

ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି । ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!