ରାଜ୍ୟରେ ସତ୍ତା ହରାଇଛି ବିଜେଡି, ପରାଜୟ ପରେ ବୈଠକ ପରେ ବୈଠକ ବସିବାରେ ଲାଗିଛି । ଆଜି ନବୀନ ନିବାସରେ ବସିଥିଲା ସଂସଦୀୟ ଦଳର ବୈଠକ । ଏହି ସମୟରେ ଦଳର ସୁପ୍ରିମୋ ଆଭିମୁଖ୍ୟ ସ୍ପଷ୍ଟ କରିଥିବାର ଜଣା ଯାଇଛି । ଏହାପରେ ବିଜେଡି କହିଛି, ଗୃହରେ ବିରୋଧୀ ଭୂମିକାରେ ରହିବ ଦଳ । ଆବଶ୍ୟକ ପଡିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱେ ସଂଯୋଗୀକରଣ ଆଦି ଦାବି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଲୋକସଭାରେ ମୂଳପୋଛ ହୋଇଥିଲେ ବି ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜୁ ଜନତା ଦଳ । ଦଳର ୯ ସାଂସଦ ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଶାଣିତ କରିବେ ବୋଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

