ପରିବା ଦର ବୃଦ୍ଧିକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ସୂଚନା । ହୋର୍ଡିଂ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ‘ଆଳୁ, ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ । ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ହେବ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ।
ସୂଚନା ଥାଉକି ବଜାରରେ ଅହେତୁକ ଦରବୃଦ୍ଧି ଏବେ ସାଧାରଣ ବର୍ଗ ପରିବାରର ଅଣ୍ଟା ଭାଙ୍ଗିଦେଇଛି । ୧୦୦୦ ଟଙ୍କା ନେଇ ଗଲେ ମଧ୍ୟ ବ୍ୟାଗ ଫୁଲ୍ ହେଉନି ବୋଲି କହୁଛନ୍ତି ଜନସାଧାରଣ । ତେବେ ଏନେଇ ତତ୍ପରତା ଦେଖାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର । ଉଚ୍ଚ ଦରରେ ବିକୁଥିବା ପରିବା ବିକାଳୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ସ୍ଥରରେ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଥିବା ବେଳେ, ପ୍ରତି ବ୍ଲକ ରେ ଶୀତଳ ଭଣ୍ଡାର ହେବବୋଲି କହିଛନ୍ତି।

