ରଥଯାତ୍ରା ସମୟରେ ପ୍ରତି ବ୍ଲକ ରୁ ପୁରୀକୁ ଗଡିବ ବସ୍

ଦିନ କେଇଟା ପରେ ରଥଯାତ୍ରା, ଜନ ସମାଗମରେ ପୂର୍ଣ୍ଣ ହେବ ଶ୍ରୀକ୍ଷେତ୍ର। ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ରଥଯାତ୍ରା। ତେଣୁ କୌଣସି କ୍ଷେତ୍ରରେ କିଭଳି କୌଣସି ଅନିୟମିତତା ସୃଷ୍ଟି ନହୁଏ ଏନେଇ ଚାଳିଛି ସମୀକ୍ଷା ବୈଠକ। ଆଇନ ଶୃଙ୍ଖଳା, ସ୍ୱାସ୍ଥ୍ୟ, ଜଳ ଯୋଗାଣ ଏସବୁ କ୍ଷେତ୍ରରେ ଚାଲିଛି ବିଶେଷ ବୈଠକ । ସେହିଭଳି ପରିବହନ ମଧ୍ୟ ଏହି ସମୟରେ ମୁଖ୍ୟ ଭମିକା ନିର୍ବାହ କରିଥାଏ ।

ଏନେଇ ସମୀକ୍ଷା କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଉକ୍ତ ବୈଠକରେ ଉପସ୍ଥିତ ଥିଲେ ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀ । ଦିର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ପରିବେଶ କୁ ଗୁରୁତ୍ୱ ଦେଇ ଅଧିକ ଇଲେକ୍ଟ୍ରିକ ବସ ଚଳାଚଳକୁ ଅଗ୍ରାଧିକାର ଦେଇଛନ୍ତି ମନ୍ତ୍ରୀ। ସେହିପରି ଯାତ୍ରା ସମୟରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ । ରାଜ୍ୟର ବିଭିନ୍ନ ସ୍ଥାନରୁ ଏସବୁ ତୀର୍ଥକ୍ଷେତ୍ରକୁ ଗଡିବ ବସ। ବସ ସେବା ଲୋକଙ୍କୁ ଦିଆଯିବ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ରାଜ୍ୟର ସବୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା କୁବିଭାଗ ଯୋଜନା କରୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!