ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ରଥର କିଛି ଅଂଶ ଭାଙ୍ଗିଲେ ଅଭିମାନିନୀ

ଗତକାଲି ଶ୍ରୀକ୍ଷେତ୍ରରେ ସରିଛି ହେରାପଞ୍ଚମୀ ନୀତି, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସାମାନ୍ୟ ଅଂଶ ଭାଙ୍ଗିଲେ ମା’ ମହାଲକ୍ଷ୍ମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଛନ୍ତି ।

ହେରାପଞ୍ଚମୀ ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସେବାୟତ ମାନେ ବିମାନରେ ମା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ବସାଇ ବଡ଼ଦାଣ୍ଡ ଦେଇ ଘଣ୍ଟ, ଛତା ଓ ପଟୁଆରରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଜୟ, ବିଜୟ ଦ୍ବାର ନିକଟରେ ପହଁଚିଥିଲେ । ଏହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଜୟ ବିଜୟ ଦ୍ବାର ନିକଟରେ  ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଦୁଇ ଦ୍ବାରକୁ ବନ୍ଦ କରିଦିଆଯାଇଥିଲା । ଯାହା ମାଙ୍କୁ ଘୋର ଅପମାନ ଦେଇଥିଲା, ରାଗରେ ଜର୍ଜରିତ ହୋଇ ମା ନାକଚଣା ଦ୍ବାର ଦେଇ ବାହାରିବା ସହ ନନ୍ଦିଘୋଷ ରଥର କିଛି ଅଂଶକୁ ଭାଙ୍ଗିଦେଇଥିଲେ । ପରେ ସେବାୟତ ମାନେ ମାଙ୍କୁ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ । ବିଳମ୍ବିତ ରାତିରେ ପୁନଃର୍ବାର ସିଂହଦ୍ବାର ଦେଇ ମା ଲକ୍ଷ୍ମୀ ଶ୍ରୀନ୍ଦିରକୁ ପ୍ରବେଶ କରିଥିଲେ ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!