ଇସ୍ତଫା ଦେବାର ୨୪ଘଂଟା ଭିତରେ ପଦ୍ମ ଧରିଲେ ମମତା

ଗତକାଲି ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ କୁଡୁମୀ ନେତ୍ରୀ ମମତା ମହନ୍ତ । ଏଥିସହ ବିଜେଡି ଦଳରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ। ମମତାଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆଉ ଆଜି ବିଜେପିରେ ଯୋଗ ଦେଇ ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ବୁଧବାର ସନ୍ଧ୍ୟା ବେଳକୁ ସମସ୍ତଙ୍କୁ ଚମକାଇ ଦେଇଥିଲେ ମମତା। ରାଜ୍ୟସଭା ସାଂସଦ ପଦରୁ ସେ ଇସ୍ତଫା ଦେଇଥିବା ଖବର ଆସିଥିଲା। ତାପରେ ସେ ବିଜେଡି ଦଳ ଛାଡିଥିଲେ। ଆଉ ଏହି ଖବରକୁ ମାତ୍ର ୨୪ଘଂଟା ନପୂରଣୁ ବଦଳି ଯାଇଛି ପୂରା ଚିତ୍ର। ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ଅରୁଣ ସିଂ ଓ ଅନ୍ୟ ବରିଷ୍ଠ ନେତା ମମତାଙ୍କୁ ସ୍ୱାଗତ କରିଛନ୍ତି।

ମମତା ବିଜେଡି ଛାଡିବାର ମାତ୍ର କେଇ ଘଂଟା ଭିତରେ ବିଜେପିରେ ସାମିଲ ହେବାକୁ ସମାଲୋଚନା କରିଛି ବିଜେଡି। ଏବଂ ରାଷ୍ଟ୍ରୀୟ ଦଳର ଷଡଯନ୍ତ୍ର କରି କଟାକ୍ଷ କରିଛନ୍ତି ବିଜେଡି ନେତା। ତେବେ ମମତାଙ୍କୁ ବିଜେପି ଆଗକୁ କେଉଁ ଦାୟିତ୍ୱ ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି। ଏଥିସହ ମମତାଙ୍କ ବାଟରେ ଆଉ କିଏ ଯାଉଛନ୍ତି ସେ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!