ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀଙ୍କ ବିୟୋଗ

ଡେଙ୍ଗୁରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗ ଘଟିଛି।। ଡେଙ୍ଗୁରେ ଆକ୍ରାନ୍ତ ହେବାପରେ ଶ୍ରୀମତୀ ଓରାମଙ୍କୁ ଭୁବନେଶ୍ୱରର ଆପୋଲୋ ହସପିଟାଲରେ ଭର୍ତି କରା ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ୧୦ଟା ୫୦ ମିନିଟରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୫୮ ବର୍ଷ ହୋଇଥିଲା।

୧୯୮୭ ମସିହା ମାର୍ଚ୍ଚ ୮ ତାରିଖରେ ସେ ଶ୍ରୀ ଓରାମଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଝିଅ ଅଛନ୍ତି। ପ୍ରକାଶଥାଉକି ଶ୍ରୀ ଓରାମ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆପୋଲୋରେ ଚିକିତ୍ସିତ ହେଉଛନ୍ତି। ନିକଟ ଅତୀତରେ ଶ୍ରୀ ଓରାମ ଉତ୍ତରପୂର୍ବ ରାଜ୍ୟଗୁଡ଼ିକୁ ଗସ୍ତରେ ଯାଇଥିଲେ। ସେଠାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ତେବେ ସୋମବାର ପୂର୍ବାହ୍ନରେ ସେ ହସପିଟାଲରୁ ରିଲିଭ୍‌ ହେବେ ବୋଲି ସୂଚନା ମିଳିଛି। ସୋମବାର ଅପରାହ୍ନରେ ଜନ୍ମମାଟି କେନ୍ଦୁଡିହିରେ ପତ୍ନୀଙ୍କ ଅନ୍ତିମ ସଂସ୍କାର କରାଯିବ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!