OSSSC ଅଫିସ୍ ଆଗରେ ପରୀକ୍ଷାର୍ଥୀ ଙ୍କ ପ୍ରତିବାଦ

OSSSC ଦ୍ବାରା ପରିଚାଳିତ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ତାତିଲେ ପରୀକ୍ଷାର୍ଥୀ। ଯୋଗ୍ୟ ମେରିଟ ତାଲିକାରୁ ବାଦ୍ ପଡିଥିବା ଶହ ଶହ ପରୀକ୍ଷାର୍ଥୀ ଭୁବନେଶ୍ବରରେ ପ୍ରତିବାଦ କରିଛନ୍ତି।

ଓଡ଼ିଶା ଅଧସ୍ଥନସ୍ତ କର୍ମଚାରୀ ନିୟୋଜନ ବା OSSSC କାର୍ଯ୍ୟାଳୟ ଆଗରେ ସେମାନେ ବିକ୍ଷୋଭ ଓ ନାରାବାଜି କରିଛନ୍ତି। OSSSCର ଦାୟିତ୍ବହୀନତାକୁ ଦାୟୀ କରିଛନ୍ତି ଆଶାୟୀ। ପରୀକ୍ଷାକୁ ବାତିଲ କରିବା ସହ ପୁନଃ ଅଫଲାଇନ୍ ପରୀକ୍ଷା ପାଇଁ ଦାବି କରିଛନ୍ତି।

ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ପରୀକ୍ଷା ରେଜଲ୍ଟକୁ ନେଇ ପ୍ରଶ୍ନବାଚୀ ଉଠାଇଛନ୍ତି। ଗତବର୍ଷ ପଞ୍ଚାୟତ ଏକଜିକ୍ୟୁଟିଭ୍ ଅଫିସର, PEO ପରୀକ୍ଷାରେ ଅତି ଖରାପ କରିଥିବା ପ୍ରାର୍ଥୀ କେମିତି ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଏଲ୍ଆଇ ଲିଖିତ ପରୀକ୍ଷାରେ ଟପ୍ କଲେ ସେନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।

Post Views80 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!