ସାମ୍ବାଦିକଙ୍କ ବୀମା ରାଶି ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଦାବି କଲେ ତାରା ବାହିନୀପତି

ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ପ୍ରତି ବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ଏହାର ନବୀକରଣ କରାଯାଇ ଥାଏ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ସାମ୍ବାଦିକଙ୍କ ବୀମା ନବୀକରଣ ଶୀଘ୍ର କରାଯାଉ ବୋଲି ଗୃହରେ ତାରା ଦାବି କରିଛନ୍ତି।

ଏଥିସହ ସାମ୍ବାଦିକଙ୍କ ବୀମା ରାଶି ବର୍ତ୍ତମାନ ୫ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ୨୦ ଲକ୍ଷକୁ ବୃଦ୍ଧି କରାଯାଉ। ଏଥିରେ ମାଆ-ବାପାଙ୍କୁ ସାମିଲ କରାଯାଉ। ଏଥିସହ ସାମ୍ବାଦିକଙ୍କୁ ବିଧାନସଭା ଲବିକୁ ଯିବାକୁ ଅନୁମତି ଦିଆଯାଉ ବୋଲି ତାରା ଦାବି କରିଛନ୍ତି।

 

 

 

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!