ସନ୍ନ୍ୟାସ ନେଲେ ଷ୍ଟାର ଓପନର୍‌ ଶିଖର ଧଓ୍ୱନ

ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଗବ୍ବର୍‌ ତଥା ଷ୍ଟାର ଓପନର୍‌ ଶିଖର ଧଓ୍ୱନ। ୧୪ ବର୍ଷର କ୍ରିକେଟ ଯାତ୍ରାରେ ଲାଗିଲା ଫୁଲ୍‌ଷ୍ଟପ୍‌। ସେ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି। 

ସୋଶାଲ ମିଡିଆରେ ଏକ ଭିଡିଓ ଜାରି କରି ସେ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ଘୋଷଣା କରିଛନ୍ତି। ଶିଖର ସୋଶାଲ ମିଡିଆରେ ଭିଡିଓ ଜାରି କରି କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି କହିଛନ୍ତି। ଏଥିସହ କ୍ରିକେଟରୁ ଅବସର ଘୋଷଣା କରିବା ବେଳେ ସେ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି। ସେ ବିସିସିଆଇ, ଡିଡିସିଆଇ(ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌) ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

କେବଳ ସେତିକି ନୁହେଁ ଭାରତୀୟ କ୍ରିକେଟ ଓ୍ୱାଲ୍ଡରେ ‘ଗବ୍ବର’ ନାମରେ ପ୍ରସିଦ୍ଧ ଥିବା ଶିଖର ତାଙ୍କ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ମ୍ୟାଚ୍ ସମୟରେ ମୁଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ଭଲପାଇବା ପାଇଛି ବୋଲି ସେ କହିଛନ୍ତି।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!