ବାବୁ ସିଂ । ଭୁବନେଶ୍ବରର ପରିଚିତ, ଆଦରଣୀୟ ଆଉ ଆବଶ୍ଯକୀୟ ନାଁ ଟିଏ । ଗଳିକନ୍ଦିରୁ ଆରମ୍ଭ କରି ବସ୍ତି…ସବୁଠି ପହଞ୍ଚି ପାରୁଥିବା ଆପଣାର ମଣିଷଟିଏ । ଲୋକଙ୍କ ପାଇଁ ଜୀବନକୁ କରିଦେଇଥିବା ସମର୍ପିତ ନେତା ତଥା ବର୍ତ୍ତମାନର ଏକାମ୍ର ଭୁବନେଶ୍ବର ବିଧାୟକ ହେଉଛନ୍ତି ବାବୁ ସିଂ । ଭୁବନେଶ୍ବର ଏକାମ୍ରରେ ଇତିହାସ ପରିବର୍ତ୍ତନ କରି ଗେରୁଆ ବାନା ଉଡ଼ାଇପାରିଛନ୍ତି ବାବୁ । ବିଜେପିର ଓଡ଼ିଶା ଦଖଲରେ ସେ ଗୁରୁଦାୟିତ୍ବ ନିଭାଇଛନ୍ତି । କୁହାଯାଏ ଭୁବନେଶ୍ବର କହିଲେ ବାବୁ ସିଂ ଓ ବାବୁ ସିଂ କହିଲେ ଭୁବନେଶ୍ବର । ଓଡ଼ିଶାର ରାଜଧାନୀରେ ବିଜେପି ସଂଗଠନକୁ ସୁଦୃଢ ଓ ବଢାଇବାରେ ବାବୁଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ଦୀର୍ଘବର୍ଷ ଧରି ବିଜେପି ସଂଗଠନକୁ ତୃଣମୂଳସ୍ତରରୁ ଗଢିଥିବା ନେତାଙ୍କ ମଧ୍ଯରେ ସେ ଅନ୍ଯତମ ।

ସଦ୍ୟ ସରିଥିବା ୨୦୨୪ ସାଧାରଣ ନିର୍ବାଚନରେ ବାବୁଙ୍କ ଜଲୱା ଦେଖିବାକୁ ମିଳିଥିଲା । ନିର୍ବାଚନରେ ଅକଳ୍ପନୀୟ ରେଜଲ୍ଟ ଦେଖାଇଥିଲା ଓଡ଼ିଶା। ଏହା ସହିତ ଭୁବନେଶ୍ବରରେ ହୋଇଥିଲା ଅଭିଶ୍ବସନୀୟ ଫଳାଫଳ । ୨୫ ବର୍ଷର ଦୀର୍ଘ ଅପେକ୍ଷା ପରେ ଓଡ଼ିଶାରେ ଆସିଥିଲା ପଦ୍ମ ସୁନାମୀ। ଯେଉଁଥିରେ ଧରାଶାୟୀ ହୋଇଥିଲେ ବଡ଼ ବଡ଼ ହେବିଓ୍ୱେଟ ଶଙ୍ଖ ସୈନିକ। ସେମାନଙ୍କ ମଧ୍ୟରେ ଜଣେ ଥିଲେ ବିଜେଡିର ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା । ସେ ବିଜେଡିର ଗଡ଼ ଏକ୍ରାମ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଲଢେଇ କରିଥିଲେ । ଯେଉଁଠି ସେ ତିନି ତିନି ଥର ବିଧାୟକ ଥିଲେ। ହେଲେ ଏଥର ସେ ରାଜନୈତିକ ଗୋଟି ଚାଳନାରେ ପଛରେ ପଡ଼ିଗଲେ ଓ ବିଜେପି ପ୍ରାର୍ଥୀ ବାବୁ ସିଂ ତାଙ୍କୁ ଦେଇଦେଲେ ଚେକ ମେଟ୍ । ଏକ୍ରାମବାସୀଙ୍କ ସ୍ୱାଭିମାନର ବିଜୟ ସହ ବାବୁ ସିଂ ଏକାମ୍ର ନିର୍ବାଚନମଣ୍ଡଳିର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ଖରା, ବର୍ଷା ଅବା ବଡ଼ ବିପଦ । ସବୁବେଳେ ଲୋକଙ୍କ ପାଖରେ ଠିଆ ହୋଇଥାନ୍ତି ବାବୁ ସିଂ । ଏକାମ୍ରବାସୀଙ୍କ ପାଖେପାଖ ରହି ଲୋକଙ୍କ ସେବା କରିଆସିଛନ୍ତି । ପ୍ରତି ୱାର୍ଡରେ ପହଞ୍ଚି ଲୋକଙ୍କ ଭଲମନ୍ଦ ବୁଝନ୍ତି । ଯେଉଁଥିପାଇଁ ଏଥର ବାବୁଙ୍କୁ ଭରସା କରିଥିଲେ ଲୋକ । ବାବୁ ସିଂଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ ଏକାମ୍ର ଜନତା। ଅଶୋକଙ୍କୁ ମୋଟ ୬୯,୮୬୧ ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଙ୍କୁ ୭୪,୮୪୪ ଖଣ୍ଡ ଭୋଟ ମିଳିଥିଲା। ସମୁଦାୟ ୫୦୨୩ ଖଣ୍ଡ ଭୋଟରେ ଏକାମ୍ର ଭୁବନେଶ୍ୱର ଅକ୍ତିଆର କରିଥିଲେ ବିଜେପି ପ୍ରାର୍ଥୀ ବାବୁ ସିଂ। ଗତ ୧୫ ବର୍ଷ ଧରି ଏକାମ୍ର ଭୁବନେଶ୍ୱରର ବିଧାୟକ ଥିବା ଅଶୋକ ନିଜ ଗଡ଼ ବଞ୍ଚାଇପାରି ନଥିଲେ ।

କେବଳ ଗଲା ନିର୍ବାଚନ ନୁହେଁ, ବରଂ ୨୦୧୯ ନିର୍ବାଚରେ ମଧ୍ଯ ବାବୁ ସିଂ ଶକ୍ତି ଦେଖାଇଥିଲେ । ଦଳୀୟ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜୟୀ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ବିଜେପିର ଭୁବନେଶ୍ବର ସଭାପତି ଭାବେ ଦାୟିତ୍ବ ତୁଲାଇ ସମ୍ପୂର୍ଣ୍ଣ ଭୁବନେଶ୍ବରରେ ସେ ତାଙ୍କ ଦକ୍ଷତା ଦେଖାଇବାରେ ସଫଳ ହୋଇଛନ୍ତି । ପ୍ରତି ୱାର୍ଡରେ ବିଜେପି ସଂଗଠନକୁ ସୁଦୃଢ କରିବା ସହ ଦଳକୁ ସଶକ୍ତ କରିଛନ୍ତି । ରାଜ୍ଯ ରାଜନୀତିରେ ମଧ୍ଯ ତାଙ୍କ ବେଶ୍ ଗୁରୁତ୍ବ ରହିଛି । ଦଳର ପ୍ରତି ଗୁରୁତ୍ବପୂର୍ଣ୍ଣ କାର୍ଯ୍ଯରେ ସେ ଖୋଜାପଡ଼ନ୍ତି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳର ଆଭିମୁଖ୍ଯ ପ୍ରକାଶ କରିବା ସହ ବିରୋଧୀଙ୍କୁ ଶାଣିତ ସ୍ବରରରେ ସମାଲୋଚନା କରିବାରେ ସେ ସିଦ୍ଧହସ୍ତ । ଏହିପରି ଭାବେ ସେ ଆଗକୁ ଲୋକଙ୍କ ସେବା କରିଚାଲନ୍ତୁ ବୋଲି ଇଣ୍ଟରଭ୍ଯୁ ଟାଇମ୍ସ ତରଫରୁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!