ଜୟ ଶାହା ହେଲେ ଆଇସିସିର ନୂଆ ଚେୟାରମ୍ୟାନ୍

ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସମ୍ପାଦକ ଜୟ ଶାହା ବର୍ତ୍ତମାନ ବିଶ୍ୱ କ୍ରିକେଟର ମାଲିକ ହୋଇଛନ୍ତି। ଆଇସିସି ଚେୟାରମ୍ୟାନ୍ ପଦବୀ ପାଇଁ ସେ ନିଦ୍ବନ୍ଦରେ ନିର୍ବାଚନ ​​ଜିତିଛନ୍ତି।ଡିସେମ୍ବର ୧ରୁ ଏହି ଦାୟିତ୍ବ ଗ୍ରହଣ କରିବେ ଜୟ ଶାହା। ବର୍ତ୍ତମାନର ଚେୟାରମ୍ୟାନ୍ ଗ୍ରେଗ୍‌ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ, ତେବେ ଏହା ପୂର୍ବରୁ ଅଗଷ୍ଟ ୨୭ ଆଇସିସିର ଚେୟାରମ୍ୟାନ୍ ପଦର ନାମାଙ୍କନ ପାଇଁ ଶେଷ ତାରିଖ ଥିଲା। ଆଉ ଏହି ତାରିଖ ସୁଦ୍ଧା ଜୟ ଶାହା ହିଁ ଏକମାତ୍ର ପ୍ରାର୍ଥୀ ଯିଏକି ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ ଏବଂ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି।

ଆଇସିସି ଚେୟାରମ୍ୟାନ୍ ପାଇଁ ନିଦ୍ବନ୍ଦରେ ନିର୍ବାଚିତ ହେବା ପରେ ଜୟ ଶାହା ତାଙ୍କ ବିବୃତିରେ କହିଛନ୍ତି ‘ଆଇସିସି ଚେୟାରମ୍ୟାନ୍ ପଦରେ ମନୋନୀତ ହୋଇ ମୁଁ ଅତ୍ୟନ୍ତ ଖୁସି। ବିଶ୍ୱ କ୍ରିକେଟକୁ ଆଗକୁ ନେବା ପାଇଁ ମୁଁ ଆଇସିସି ଏବଂ ଆମର ସଦସ୍ୟ ରାଷ୍ଟ୍ରମାନଙ୍କ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଛିଡା ହୋଇଛୁ ଯେଉଁଠାରେ ଏକାଧିକ ଫର୍ମାଟର ସହ ସନ୍ତୁଳନ ରକ୍ଷା କରି ଆଗକୁ ବଢିବା।ଆମର ଲକ୍ଷ୍ୟ ହେଉଛି କ୍ରିକେଟ୍କୁ ଆହୁରି ଲୋକପ୍ରିୟ କରିବା।

ସେପଟେ ଆଇସିସିର ସବୁଠୁ କନିଷ୍ଠ ଚେୟାରମ୍ୟାନ୍ ହୋଇଛନ୍ତି ଜୟ ଶାହା। ବର୍ତ୍ତମାନ ଜୟ ଶାହାଙ୍କୁ ୩୫ ବର୍ଷ ବୟସ ହୋଇଛି। ଏଥି ସହିତ ଆଇସିସି ବସ୍ ହେବାରେ ଜୟ ଶାହା ପଞ୍ଚମ ଭାରତୀୟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଭାରତୀୟ ଆଇସିସି ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି। ଜଗମୋହନ ଡାଲମିଆ ୧୯୯୭-୨୦୦୦ ଆଇସିସି ସଭାପତି, ୨୦୧୦-୨୦୧୨ ଶରଦ ପାୱାର, ୨୦୧୪-୨୦୧୫ ଏନ ଶ୍ରୀନିବାସନ୍ ଏବଂ ୨୦୧୫-୨୦୨୦ ଶଶାଙ୍କ ମନୋହର ଆଇସିସି ଅଧ୍ୟକ୍ଷ ଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!