ଶିଳ୍ପରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଉ: ପ୍ରଭାତୀ ଦିଆଯାଉ: ପ୍ରଭାତୀ

ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରୁଥିବା କମ୍ପାନୀଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହ୍ବାନ ଦେଇ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ କହିଛନ୍ତି।

ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ(ୟୁସିସିଆଇଏଲ୍‌) ପକ୍ଷରୁ ଜନତା ମଇଦାନଠାରେ ଆୟୋଜିତ ୩ ଦିନିଆ ଗ୍ଲୋବାଲ ଟ୍ରେଡ ଶୋ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭାତୀ ପରିଡ଼ା ନିଯୁକ୍ତି ଜରିଆରେ ମହିଳାମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି ଶିଳ୍ପ ଜଗତରେ ଅଧିକରୁ ଅଧିକ ମହିଳାଙ୍କ ନିୟୋଜନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଯେଉଁ ମହିଳାମାନେ ଉଦ୍ୟୋଗୀ ଭାବେ କାର୍ଯ୍ୟ କରୁଛନ୍ତି,ସେମାନଙ୍କ ଲାଗି ଅଧିକରୁ ଅଧିକ ବ୍ୟବସାୟ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସେହିଭଳି ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମିଶନ ଶକ୍ତି ବଜାର ବୁଲି ଦେଖିବା ଏବଂ ସେମାନଙ୍କ ଉତ୍ପାଦ କ୍ରୟ କରି ଅଭିବୃଦ୍ଧିରେ ସହଯୋଗ କରିବାକୁ ସେ ଶିଳ୍ପସଂସ୍ଥାମାନଙ୍କୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୦୪୭ ସୁଦ୍ଧା ଓଡ଼ିଶାକୁ ୧.୫ ଟ୍ରିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।

ଏହି ଲକ୍ଷ୍ୟ ହାସଲରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ସବୁ ପ୍ରକାର ସହଯୋଗ ପ୍ରଦାନ କରିବା ସହ କାର୍ଯ୍ୟ କରିବ ବୋଲି ସେ ବିସ୍ତୃତ ଭାବେ ମତବ୍ୟକ୍ତ କରିଛନ୍ତି। ଏପରିକି ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ବଜେଟରେ ବିପୁଳ ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!