ପଶ୍ଚିମବଙ୍ଗ ସରକାର ଆଣିଲେ ‘ଅପରାଜିତା’ ବିଲ୍

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବ୍ୟାପକ ଆନ୍ଦୋଳନ ଚାଲିଛି। ଏହାରି ମଧ୍ୟରେ ‘ଅପରାଜିତା’ ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହାର ନାମ ‘ଅପରାଜିତା ଓମେନ୍ ଆଣ୍ଡ ଚାଇଲ୍ଡ ବିଲ-୨୦୨୪’ ରଖାଯାଇଛି । ଆଜି ବେଙ୍ଗଲର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ଦୁଷ୍କର୍ମ ବିରୋଧୀ ଅପରାଜିତା ବିଲ୍ ପାରିତ କରିଛନ୍ତି। ବିଲରେ ୧୦ ଦିନ ମଧ୍ୟରେ ଦୁଷ୍କର୍ମକାରୀ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ପ୍ରାଧାନ୍ୟ ରହିଛି ।

ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି। ଏହି ବିଲ୍ ପାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଐତିହାସିକ ଏବଂ ମଡେଲ ବୋଲି କହିଛନ୍ତି। ବିଜେପି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଛି। ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଏହି ବିଲ୍‌ରେ ସାତୋଟି ସଂଶୋଧନ ପାଇଁ ଏକ ପ୍ରସ୍ତାବ ଆଗତ କରିଛନ୍ତି।

ମମତା ସରକାରଙ୍କ ନୂତନ ବିଲ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଏବଂ ପୋକ୍‌ସୋ (POCSO)ରେ ସଂଶୋଧନ କରୁଛି । ଯଦି ‘ଅପରାଜିତା ମହିଳା ଏବଂ ଶିଶୁ (ପଶ୍ଚିମବଙ୍ଗ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ) ବିଲ୍ ୨୦୨୪’ ଏକ ଆଇନରେ ପରିଣତ ହୁଏ, ତେବେ ସମଗ୍ର ପଶ୍ଚିମବଙ୍ଗରେ ଏହା କାର୍ଯ୍ୟକାରୀ ହେବ । ଏହି ସଂଶୋଧନ ମାଧ୍ୟମରେ ମହିଳା ଏବଂ ଶିଶୁଙ୍କ ପ୍ରତି ହୋଇଥିବା ସମସ୍ତ ଯୌନ ଅପରାଧକୁ ଜାମିନବିହୀନ କରାଯିବ । ଏହାର ଅର୍ଥ, ଏଭଳି ଅପରାଧରେ ପୋଲିସ ବିନା କୌଣସି ୱାରେଣ୍ଟରେ ଅଭିଯୁକ୍ତଙ୍କୁ ଗିରଫ କରିପାରିବ ଏବଂ ଜାମିନ ପାଇବା ତାଙ୍କ ପାଇଁ କଷ୍ଟକର ହେବ ।

Post Views57 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!