ଖୁବଶୀଘ୍ର ଲାଗୁ ହେବ ପେସା ଆଇନ

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ପେସା ଆଇନ। ଆଇନରେ ସରପଞ୍ଚଙ୍କୁ ମିଳିବ ଶତ ପ୍ରତିଶତ କ୍ଷମତା। ଲୋକଙ୍କ ଇଚ୍ଛାରେ କାମ ପାଇଁ ଗ୍ରାମସଭାକୁ କ୍ଷମତା। ୨୦୨୫ ସୁଦ୍ଧା ସମସ୍ତ ଗାଁକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିବା ନେଇ ଗୃହରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।

ସେ କହିଛନ୍ତି ଯେ,ବିଜୁ ପଟ୍ଟନାୟକ କହିଥିଲେ ସରପଞ୍ଚ ହେଉଛନ୍ତି ମୁଖ୍ୟମନ୍ତ୍ରୀ।କୋଭିଡ ସମୟରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେଇଥିଲେ। ହେଲେ କୋଭିଡ ପରେ ସେହି କ୍ଷମତା ପ୍ରତ୍ୟାହାର ହୋଇଥିଲା। ଆଦିବାସୀ ଅଞ୍ଚଳର ସରପଞ୍ଚ ମାନଙ୍କୁ ଯେଉଁ ୨୨ଟି କ୍ଷେତ୍ରରେ କ୍ଷମତା ଦିଆଯାଇଛି, ତାହା ଏବେ ଵି ବଲବତ୍ତର ଅଛି। ତେଣୁ ପେସା ଆଇନ ଆଣିବ ଆମ ସରକାର। ଶତ ପ୍ରତିଶତ କ୍ଷମତା ପାଇବେ ସରପଞ୍ଚ। ଗ୍ରାମସଭାକୁ ଲୋକଙ୍କ ଇଚ୍ଛା ଅନୁସାରେ କାମ କରିବାକୁ କ୍ଷମତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!