ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସରକାରଙ୍କ ବିଚାରାଧୀନ ଅଛି: ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିବୃତି ରଖିଛନ୍ତି। ସେ କହିଛନ୍ତି, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ଅଛି। ଲୋକଙ୍କୁ ତ୍ୱରିତ ଗତିରେ ନ୍ୟାୟ ଦେବା ପାଇଁ ସରକାର ବଦ୍ଧପରିକର।

ସେ ଆହୁରି କହିଛନ୍ତି, ହାଇକୋର୍ଟ ବେଞ୍ଚ ସମ୍ପର୍କରେ ଗତକାଲି ଯେଉଁ ଉତ୍ତର ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୁହାଯାଇଥିଲା, କିନ୍ତୁ ମୁଁ ଗୃହକୁ ଅବଗତ କରାଇବା ପାଇଁ ଚାହୁଁଛି ହାଇକୋର୍ଟ ବେଞ୍ଚ ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ରହିଛି।ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟ ଆଧାରରେ କୌଣସି ପ୍ରସ୍ତାବ ନାହିଁ।

ବିଧାୟକ କଳିକେଶ ନାରାୟଣ ସିଂ ଦେଓ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ପାଖରେ ବିଚାରଧୀନ ଅଛି। ଆମେ ବିଚାରାଧୀନ କେତେ ବର୍ଷ ରଖିବା? ମୁଖ୍ୟମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେବା କଥା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବ। ସେଥିରୁ ବଲାଙ୍ଗୀରର ପ୍ରଥମ ଅଧିକାର ଅଛି। ସ୍ୱାଧୀନତା ଆଗରୁ ଏହା ବଲାଙ୍ଗୀରରେ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବି ଗୃହରେ ପ୍ରତିଶ୍ରୁତି ଦିଅନ୍ତୁ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବେ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!