ରେଭେନ୍ସା ପୂର୍ବତନ ଛାତ୍ରଛାତ୍ରୀଙ୍କ ଗୋଲ୍ ଟେବୁଲ୍ ବୈଠକ

ରେଭେନ୍ସାର ନାଁ ପରିବର୍ତ୍ତନ ହେବନି। ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ। ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଛି ଗୋଲ୍ ଟେବୁଲ୍ ବୈଠକ। ଯେଉଁଥିରେ ରେଭେନ୍ସାରୁ ପାସ୍ ହୋଇଥିବା ପୂର୍ବତନ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ରେଭେନ୍ସାରେ ପଢ଼ିଥିବା ଅନେକ ପୁରାତନ ଛାତ୍ରଛାତ୍ରୀ ପୋଲିସ୍ ଡିଜି, ପ୍ରଶାସକ, ରାଜନେତା, ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଛନ୍ତି । ଆଜି ଏହି ସବୁ କ୍ଷେତ୍ରରୁ ପ୍ରତିନିଧି ଏଥିରେ ସାମିଲ ହୋଇଥିଲେ । ପୂର୍ବତନ ପୋଲିସ୍ ଡିଜି ଅମୀୟ ଭୂଷଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ ହୋଇଛି ।

ଯେଉଁଠି ରେଭେନ୍ସାର ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି ବୋଲି କୁହାଯାଇଛି। ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଦୁଇଟି ମନ୍ଦିର ପାଇଁ ପ୍ରସିଦ୍ଧ, ଗୋଟିଏ ମହାପ୍ରଭୁ ଜଗନ୍ନାଥ ଅନ୍ୟଟି ଶିକ୍ଷାର ମନ୍ଦିର ରେଭେନ୍ସା । ତେଣୁ ଏହାର ନାଁ ପରିବର୍ତ୍ତନ ଅସମ୍ଭବ ବୋଲି ସେ କହିଛନ୍ତି । ଗତ ସପ୍ତାହରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରାଯିବା ଜରୁରୀ ବୋଲି ବ୍ୟକ୍ତିଗତ ମତ ରଖିଥିଲେ। ଏହାପରଠୁ ଏହାକୁ ନେଇ ବିବାଦ ଦେଖାଦେଇଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!